ସମସ୍ତଙ୍କ ପ୍ରିୟ ଆଉ ପସନ୍ଦର କମ୍ପାନୀ ‘ହଳଦିରାମ ଭୁଜିଆୱାଲା’ର ମାଲିକ ମହେଶ ଅଗ୍ରୱାଲଙ୍କର ସିଙ୍ଗାପୁରରେ ନିଧନ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଲିଭର ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ ଏବଂ ପ୍ରାୟ ତିନି ମାସ ହେବ ତାଙ୍କର ଚିକିତ୍ସା ଚାଲୁଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ ମହେଶଙ୍କ ନିଧନ ଶୁକ୍ରବାରରେ ହୋଇଛି। ସିଙ୍ଗାପୁରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ଏବେ ସିଙ୍ଗାପୁରରେ ଅଛନ୍ତି। ସେମାନେ ଭାରତୀୟ ଦୂତାବାସରେ ଦେଶକୁ ଫେରିବା ପାଇଁ ଆବେଦନ କରିଛନ୍ତି।