Below header

ଫେସବୁକରେ ‘ଗୁଡବାଏ ଲାଇଫ’ ପୋଷ୍ଟ କରି ସୁଇସାଇଡ଼ ପଏଣ୍ଟରୁ ଡେଇଁଲେ ଯୁବକ, ଆଉ ତାପରେ..

ଫେସବୁକରେ ‘ଗୁଡ଼ ବାଏ ଲାଇଫ’ ପୋଷ୍ଟ କରି ୩୦ ବର୍ଷୀୟ ଯୁବକ କିନ୍ନୌରର ପ୍ରସିଦ୍ଧ ସୁଇସାଈଡ଼ ପଏଣ୍ଟରୁ ଡେଇଁ ନିଜ ଜୀବନ ଦେଇଛନ୍ତି । ତେବେ ଏଠାକୁ ସେ ନିଜ ସମ୍ପର୍କୀୟମାନଙ୍କ ସହ ବୁଲିବାକୁ ଆସିଥିଲେ ଓ ପ୍ରାୟ ୯୦୦ ମିଟର ତଳୁ ତାଙ୍କର ଶବକୁ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ଥିଲା କି ଆତ୍ମହତ୍ୟାର ଅନ୍ୟ କୌଣସି କାରଣ ରହିଛି ।

ସୂଚନା ଅନୁଯାୟୀ ହିମାଚଳପ୍ରଦେଶର କୋଠି ବ୍ଲକ ଅନ୍ତର୍ଗତ ରାଘି ସମ୍ପର୍କ ମାର୍ଗରେ ଥିବା ସୁଇସାଈଡ଼ ପଏଣ୍ଟକୁ ଭିଜେନ୍ଦ୍ର ନାଗି ନାମକ ଜଣେ ଯୁବକ ନିଜର କିଛି ସମ୍ପର୍କୀୟ ମାନଙ୍କ ସହିତ ବୁଲିବା ପାଇଁ ଯାଇଥିଲେ । ଦିନ ପ୍ରାୟ ଗୋଟାଏ ସମୟରେ ଭିଜେନ୍ଦ୍ର ଅଚାନକ ନିଜ ମୋବାଇଲ ଫୋନକୁ ରାସ୍ତାକୁ ଫୋପାଡ଼ି ଦେଇ ୯୦୦ ମିଟର ଗଭୀର ଏକ ଖାଇକୁ ଡେଇଁ ପଡ଼ିଥିଲେ ।

फाइल फोटो

ସୂଚନା ପାଇ ଘଟଣା ସ୍ଥଳରେ ପୋଲିସ, ଗୃହରକ୍ଷା ଯବାନ ଓ ସ୍ଥାନୀୟ ଲୋକ ପହଂଚି ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ଶବଟିକୁ ଖାଇ ଭିତରୁ ବାହାରକୁ ବାହାର କରିଥିଲେ । ତେବେ ଘଟଣା ସ୍ଥଳରୁ ପୋଲିସ ବିଜେନ୍ଦ୍ରଙ୍କ ମୋବାଇଲ ଜବତ କରିଥିଲେ ଓ ଫେସବୁକରୁ ତାଙ୍କର ଶେଷ ପୋଷ୍ଟ ଦେଖିବାକୁ ମିଳିଥିଲା । ଖବର ମୁତାବକ ବିଜେନ୍ଦ୍ର ବିବାହିତ ଅଟନ୍ତି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.