ଝିଅ ହେବ ତ ଏମିତି! ନିଜ ବାହାଘରରେ ମଦ ପିଇବା ବରକୁ ପଡ଼ିଲା ମହଙ୍ଗା, ବାହା ହେବାକୁ ମନା କରିଦେଲା କନ୍ୟା

ବିବାହରେ ମଦ ପିଇବା ଏକ ବରକୁ ପଡ଼ିଛି ମହଙ୍ଗା। ମଦୁଆ ବରକୁ ବାହା ହେବାକୁ ମନା କରିଦେଲା କନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ। ଏଠାରେ ନିଜ ବିବାହରେ ପ୍ରଚୁର ମଦ ପିଇ ପହଞ୍ଚିଥିବା ବରକୁ ଶିଶୁପାଳ ହୋଇ ଫେରିବାକୁ ପଡ଼ିଛି।

ରିପୋର୍ଟ ମୁତାବକ, ଏହି ଗାଁର ଏକ ଝିଅ ପାଇଁ କୁଟିଲା ଅହୀନା ଗାଁରୁ ବରଯାତ୍ରୀ ଆସିଥିଲା। କିନ୍ତୁ ଗେଟ ପାଖରେ ଏକ କର୍ମ ବେଳେ କନ୍ୟା ପକ୍ଷର ଏକ ଝିଅ ବରକୁ ନିଶାସକ୍ତ ଅବସ୍ଥାରେ ଦେଖି ନାଚିବାକୁ ମନା କରିଦେଇଥିଲେ। ସେଇଠୁ ଆରମ୍ଭ ହୋଇଥିଲା ହଙ୍ଗାମା। ମଦୁଆ ବରକୁ ଦେଖି କନ୍ୟା ମଧ୍ୟ ବିବାହ ପାଇଁ ମନା କରିବା ସହ କନ୍ୟା ପକ୍ଷ ଲୋକ ବର ଓ ବର ଯାତ୍ରୀଙ୍କୁ ଅଟକ ରଖି ମାଡ଼ ମାରିଥିଲେ।

ତେବେ ଏହି ମାମଲାରେ ବର କହିଛି ମୁଁ ମଦ ପିଏନି। ବିବାହ ଜୟମାଳା ଟାଣିବାକୁ ନେଇ ବିବାଦ ଉପୁଜିଥିଲା। ପରେ ମତେ ଏକ ଘରେ ବନ୍ଦ କରିଦେଇଥିଲେ। ଅନ୍ୟପଟେ ଦୀର୍ଘ ସମୟ ଧରି ପଞ୍ଚାୟତ ବସିଥିଲେ ବି ଝିଅ ବାହା ହେବାକୁ ରାଜି ହୋଇନଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.