Below header

ସାମାନ୍ୟ ବଚସାରୁ ବାପା ଆଖି ସାମ୍ନାରେ ଭଉଣୀକୁ ହତ୍ୟା କଲା ଭାଇ

ଭାଇ ଭଉଣୀର ସମ୍ପର୍କ ମଧୁର ସମ୍ପର୍କ । ହେଲେ ଭଉଣୀର ଜୀବନ ନେଇଯାଇଛି ଜଣେ ଭାଇ । ଭଉଣୀକୁ ଛୁରି ଭୁସି ହତ୍ୟା କରିଛି । ଭାଇ ଭଉଣୀ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ସମୟ ପରେ ଏହି ଝଗଡ଼ା ନେଇଥିଲା ହତ୍ୟାର ରୂପ । ଯେଉଁ ଭାଇ କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଭଉଣୀର ଫଟୋ ପୋଷ୍ଟ କରିଥିଲା । ପୋଷ୍ଟ କରିବାର କିଛି ସମୟ ପରେ ଭଉଣୀକୁ ୩୦ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ।

ହରିୟାଣା : ରକ୍ଷକ ସାଜିଲା ଭକ୍ଷକ । ଯେଉଁ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ଜୀବନ ରକ୍ଷା ପାଇଁ ପ୍ରତିଶୃତି ନେଇଥାଏ । ଆଜି ସେହି ଭାଇ ଭକ୍ଷକ ସାଜି ଭଉଣୀର ଜୀବନ ନେଇଯାଇଛି । ଚାହିଁ ରହିଥିଲେ ବାପା । ଆଖି ସାମ୍ନାରେ ଝିଅକୁ ହତ୍ୟା କଲା ପୁଅ । ହେଲେ କିଛି କରି ପାରି ନଥିଲେ ବାପା ଜଣକ ଏଭଳି ଅଭାବନୀୟ କାଣ୍ଡ ଘଟିଛି ହରିୟାଣାର ଅଂବାଲା ଅଞ୍ଚଳର କଚ୍ଚା ବଜାର ନିକଟରେ ।

ଭାଇ ଭଉଣୀର ସମ୍ପର୍କ ମଧୁର ସମ୍ପର୍କ । ହେଲେ ଭଉଣୀର ଜୀବନ ନେଇଯାଇଛି ଜଣେ ଭାଇ । ଭଉଣୀକୁ ଛୁରି ଭୁସି ହତ୍ୟା କରିଛି । ଭାଇ ଭଉଣୀ ମଧ୍ୟରେ ଝଗଡ଼ା ହୋଇଥିଲା। କିଛି ସମୟ ପରେ ଏହି ଝଗଡ଼ା ନେଇଥିଲା ହତ୍ୟାର ରୂପ । ଯେଉଁ ଭାଇ କିଛି ସମୟ ପୂର୍ବରୁ ଫେସ୍‌ବୁକ୍‌ରେ ଭଉଣୀର ଫଟୋ ପୋଷ୍ଟ କରିଥିଲା । ପୋଷ୍ଟ କରିବାର କିଛି ସମୟ ପରେ ଭଉଣୀକୁ ୩୦ ଥର ଛୁରୀରେ ଆକ୍ରମଣ କରି ହତ୍ୟା କରିଛି ।

ସାମାନ୍ୟ ଝଗଡ଼ାରୁ ଭାଇର କ୍ରୋଧ ଏତେ ବଢ଼ିଗଲା ଯେ ସେ ଭଉଣୀର ସାରା ଶରୀରରେ ପ୍ରାୟ ୩୦ ଥର ଛୁରୀ ଭୁସିଥିଲେ। ଏପରିକି ଭଉଣୀର ପ୍ରାଇଭେଟ୍‌ ପାର୍ଟ ଉପରେ ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଶେଷରେ ନିଜ ଭଉଣୀର ଗଳା କାଟି ହତ୍ୟା କରିଥିଲେ। ଏହି ପୁରା ଘଟଣା ସମୟରେ ବାପା ଘରେ ଥିଲେ। କିନ୍ତୁ ପୁଅ ମଧ୍ୟ ତାଙ୍କୁ ଧମକ ଦେଇଥିଲା।
ସ୍ଥାନୀୟ ଲୋକ ପହଞ୍ଚିବା ପରେ ଆକ୍ରମଣକାରୀ ଭାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରିବାର ସଦସ୍ୟ ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଉଦ୍ଧାର କରି ସିଭିଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏନେଇ ଘଟଣାର ଅଧିକ ତଦନ୍ତ ପାଇଁ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.