Below header

ଜଙ୍ଗଲରେ ପଡ଼ିଛି ବସ୍ତା ବସ୍ତା ପିଡିଏସ ଚାଉଳ, ୨ କର୍ମଚାରୀ ଅଟକ

ଜଙ୍ଗଲରେ ବସ୍ତା ବସ୍ତା ପିଡିଏସ ଚାଉଳକୁ ନେଇ ଚାଲିଛି ଚର୍ଚ୍ଚା। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବହୁବନ୍ଧ ପଟାସ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ଚାଉଳ ବସ୍ତା ପଡ଼ି ରହିଥିଲା। ପାଖାପାଖି ୩୦ ରୁ ଅଧିକ ପିଡିଏସ୍ ଚାଉଳ ବସ୍ତାକୁ ଗୋଟିଏ ସ୍ଥାନରେ ନରଖି ବିଭିନ୍ନ ସ୍ଥାନରେ ଲୁଚାଯାଇଥିଲା।

ପିଡିଏସ୍ ଚାଉଳ ବସ୍ତାଗୁଡ଼ିକୁ ନିକଟସ୍ଥ ମିଲରୁ କେହି ଚୋରି କରି ନେଇ ବିକ୍ରି ପାଇଁ ଜଙ୍ଗଲରେ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ଏନେଇ ନିକଟସ୍ଥ ରାଇସ ମିଲର ୨ଜଣ କର୍ମଚାରୀଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ।

ବସ୍ତା ବସ୍ତା ଚାଉଳ କେଉଁଠୁ ଆସିଲା ଏବଂ କୁଆଡେ ଚାଲାଣ ହେବାର ଥିଲା ତାର ଖୋଳତାଡ ପାଇଁ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଚୋରି ପଛରେ ଆଉ କାହାର ହାତ ରହିଛି କି ସେନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଜଙ୍ଗଲରୁ ଚାଉଳ ବସ୍ତା ମିଳିବା ନେଇ ମିଲ ମାଲିକ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.