ଏବେ କଣ ମୁହଁ ଖୋଲିବେ କି ଅର୍ଚ୍ଚନା ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ?

ମୋତେ ଯେଉଁମାନେ ଫସେଇଛନ୍ତି ସେମାନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବି। ଆପଣ ସମସ୍ତେ ମୋ ଶହ ଅଛନ୍ତି.. ଆପଣ ମାନଙ୍କୁ ଧନ୍ୟବାଦ..ଯେଉଁମାନେ ମୋ ଉପରେ ଆସ୍ଥା ରଖିଛନ୍ତି ତାଙ୍କ ବିଶ୍ୱାସ ଭାଙ୍ଗିବିନି.. ଆପଣ ମାନଙ୍କୁ ସହଯୋଗ କରିବି.. କୋର୍ଟକୁ ମଧ୍ୟ ସହଯୋଗ କରିବି.. ସବୁ ତଥ୍ୟ ପ୍ରମାଣ କୋର୍ଟକୁ ଦେବି.. ମୁଁ ଜଣେ ଲ ଷ୍ଟୁଡେଣ୍ଟ, ମୁଁ କୋର୍ଟଙ୍କ ତତ୍ତ୍ୱାବଧାନରେ ରହିବି..। ହଁ ଏକଥା ଆମେ କହୁନୁ ଏକଥା ହନିଟ୍ର।ପ୍ କୁଇନ୍ ଅର୍ଚ୍ଚନା ନାଗ୍ କହୁଛନ୍ତି ଗଣମାଧ୍ୟମକୁ।

ମୋତେ ଯେଉଁମାନେ ଫସେଇଛନ୍ତି ସେମାନଙ୍କ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବି। ଆପଣ ସମସ୍ତେ ମୋ ଶହ ଅଛନ୍ତି.. ଆପଣ ମାନଙ୍କୁ ଧନ୍ୟବାଦ..ଯେଉଁମାନେ ମୋ ଉପରେ ଆସ୍ଥା ରଖିଛନ୍ତି ତାଙ୍କ ବିଶ୍ୱାସ ଭାଙ୍ଗିବିନି.. ଆପଣ ମାନଙ୍କୁ ସହଯୋଗ କରିବି.. କୋର୍ଟକୁ ମଧ୍ୟ ସହଯୋଗ କରିବି.. ସବୁ ତଥ୍ୟ ପ୍ରମାଣ କୋର୍ଟକୁ ଦେବି.. ମୁଁ ଜଣେ ଲ ଷ୍ଟୁଡେଣ୍ଟ, ମୁଁ କୋର୍ଟଙ୍କ ତତ୍ତ୍ୱାବଧାନରେ ରହିବି..। ହଁ ଏକଥା ଆମେ କହୁନୁ ଏକଥା ହନିଟ୍ର।ପ୍ କୁଇନ୍ ଅର୍ଚ୍ଚନା ନାଗ୍ କହୁଛନ୍ତି ଗଣମାଧ୍ୟମକୁ। ଜେଲ୍ରୁ ବାହାରିବା ପରେ ଦମ୍ଭୋକ୍ତି ପ୍ରକାଶ କରି ଗଣମାଧ୍ୟମ ସମ୍ମୁଖରେ ଏଭଳି କିଛି କହିଥିଲେ ଅର୍ଚ୍ଚନା। ସେ ଆହୁରି ମଧ୍ୟ କହିଛନ୍ତି ଜେଲ୍ ଯିବା ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ଅନେକ କଥା ଶିଖିଲି। ତେବେ ଆଇନ ଉପରେ ତାଙ୍କର ଭରସା ଅଛି । ନିଶ୍ଚିତ ଭାବରେ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ଅର୍ଚ୍ଚନା ନାଗ।

ବ୍ଲାକମେଲିଂ, ହନିଟ୍ରାପ୍ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ୧୪ ମାସ ପରେ ଜେଲରୁ ବାହାରିଛନ୍ତି। ଇଡି ମାମଲାରେ ହାଇକୋର୍ଟ ଅର୍ଚ୍ଚନାଙ୍କୁ ଜାମିନ ଦେଇଥିବା ବେଳେ ପୂର୍ବରୁ ତାଙ୍କ ନାଁରେ ଖଣ୍ଡଗିରି, ନୟାପଲ୍ଲୀ ଥାନାରେ ଚାଲିଥିବା ମାମଲାରେ ଜାମିନ୍ ମିଳିଥିଲା। ତେବେ ଜାମିନ ପାଇବା ପରେ ଦୀର୍ଘ ୮ଦିନ ରହିବକୁ ପଡ଼ିଥିଲା ଜେଲ୍‌ କୋଠରୀରେ। କାରଣ ବାକିଥିବା ଔପଚାରିକତା ପୂରଣ କରିବାରେ ବିଳମ୍ବ ହେଲା । ଶେଷରେ ଆଜି ଝାରପଡା ଜେଲରୁ ମୁକୁଳିଲେ ଅର୍ଚନା ନାଗ । ପୂର୍ବରୁ ତାଙ୍କୁ ନୟାପଲି ଓ ଖଣ୍ଡଗିରି ମାମଲାରେ ଜାମିନ ପାଇଥିଲେ। ଝାରପଡା ଜେଲରୁ ବାହାରିବା ପରେ ସତ୍ୟବିହାର ଘରେ ଅଛନ୍ତି ଅର୍ଚନା ନାଗ। କିଛି ଦିନ ପୂର୍ବେ ସ୍ବାମୀ ଜଗବନ୍ଧୁଙ୍କୁ ସର୍ତ୍ତମୂଳକ ଜାମିନ ମିଳିବାପରେ ସେ ଜେଲରୁ ମୁକୁଳିଥିଲେ । ଆଜି ଅର୍ଚ୍ଚନାଙ୍କୁ ବେଲ ମିଳିବା ପରେ ତାଙ୍କ ସ୍ୱାମୀ ଜଗବନ୍ଧୁ ତାଙ୍କୁ ନେବାକୁ ଆସିଥିଲେ। ଘରେ ପହଞ୍ଚିବା ପରେ ତାଙ୍କୁ ଫୁଲ ପକାଇ ବନ୍ଦାଇ ଘରକୁ ପାଛୋଟି ନିଆ ଯାଇଥିଲା।

ତେବେ କିଛି ମାସ ତଳେ ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀ ହନିଟ୍ରାପ ମାମଲା ସାରା ଓଡ଼ିଶାରେ ଚହଳ ପକାଇଥିଲା। ବଡ଼ ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ, ଏପରିକି ନେତା ମନ୍ତ୍ରୀଙ୍କୁ ହନିଟ୍ରାପ୍ରେ ଫସାଇ ତାଙ୍କ ଠାରୁ ବଡ଼ ପରିମାଣର ଟଙ୍କା ଆଦାୟ କରୁଥିଲେ । ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି । ଜଣେ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ ନେଇ ଥାନାରେ ଅଭିଯୋଗ ହେବା ପରେ ସବୁ ମାମଲା ସାମ୍ନାକୁ ଆସିଥିଲା । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଫିଟିଥିଲା।

ଜେଲ୍ରୁ ବାହାରିବା ପରେ ଏବେ କଣ ମୁହଁ ଖୋଲିବେ କି ଅର୍ଚ୍ଚନା ? ବଡ଼ବଡ଼ିଆଙ୍କ ସମ୍ପର୍କରେ ମିଳିବ କି ସୁରାକ ? ଆଜି ଜେଲରୁ ବାହାରିବା ପରେ କିଛି ଏମିତି ଇସାରା ଦେଇଛନ୍ତି ଅର୍ଚ୍ଚନା ନାଗ। ଯାହାକୁ ନେଇ ପଶିଛି ଛାନିଆ । ହେଲେ ସେ କହିଛନ୍ତି ଯାହା କହିବେ କୋର୍ଟରେ। ଆଜି ଝାରପଡ଼ା ଜେଲରୁ ବାହାରିବା ବେଳେ ତାଙ୍କ ସହ ସ୍ୱାମୀ ଜଗବନ୍ଧୁ ଏବଂ ଛୋଟ ପୁଅ ମଧ୍ୟ ଥିଲା । ଏପଟେ ଜେଲରୁ ବାହାରିବାର କିଛି ସମୟ ପରେ ପୂରା ଓକିଲ ଡ୍ରେସରେ କ୍ୟାପିଟାଲ ଲ’ କଲେଜରେ ପହଞ୍ଚିଥିଲେ ଅର୍ଚ୍ଚନା । ପରୀକ୍ଷା ଦେଇ ପୁଣି ଫେରିଛନ୍ତି ଘରକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.