ଆମାଜନରୁ ଅର୍ଡର କରି ଠକାମୀର ଶିକାର ହେଲେ ଛାତ୍ର, ହେଡଫୋନ ବଦଳରେ ଆସିଲା ଟୁଥପେଷ୍ଟ

ଜଣେ ଛାତ୍ର ନିଜ ପାଇଁ ଏକ ହେଡଫୋନ୍ ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ସେ ବକ୍ସକୁ ଖୋଲିଥିଲେ ସେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । କାରଣ ବକ୍ସ ଭିତରେ ହେଡଫୋନ ବଦଳରେ ଟୁଥପେଷ୍ଟ ଥିଲା । ସେ ଏହି ବକ୍ସକୁ କ୍ୟାମେରା ସାମ୍ନାରେ ଖୋଲିଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆମାଜନରୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଜିନିଷ ଲୋକମାନେ ଅର୍ଡର କରନ୍ତି । ଜିନିଷର ଦାମ ମଧ୍ୟ ବହୁତ ଅଧିକ ରହିଥାଏ । ଅନେକ ସମୟରେ ଲୋକମାନେ ଯାହା ଅର୍ଡର କରନ୍ତି ସେହି ଜିନିଷ ପରିବର୍ତ୍ତେ ଅନ୍ୟ ଜିନିଷ ଆସିଥାଏ । ତେବେ ଜଣେ ବ୍ୟକ୍ତିଙ୍କ ସହ ସମାନ ଭାବେ ଏକ ଘଟଣା ଘଟିଛି । ଜଣେ ଛାତ୍ର ନିଜ ପାଇଁ ଏକ ହେଡଫୋନ୍ ଅର୍ଡର କରିଥିଲେ କିନ୍ତୁ ଯେତେବେଳେ ସେ ବକ୍ସକୁ ଖୋଲିଥିଲେ ସେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । କାରଣ ବକ୍ସ ଭିତରେ ହେଡଫୋନ ବଦଳରେ ଟୁଥପେଷ୍ଟ ଥିଲା । ସେ ଏହି ବକ୍ସକୁ କ୍ୟାମେରା ସାମ୍ନାରେ ଖୋଲିଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ କରିବା ସମୟରେ ସେ ଯେତେବେଳେ ହେଡଫୋନ ବଦଳରେ ଟୁଥପେଷ୍ଟ ଦେଖିଥିଲେ ସେ ତାଙ୍କ ମା’ଙ୍କୁ ଡାକିଥିଲେ ।

ମିଳିଥିବା ସୂଚନା ଅନୁସାରେ ଛାତ୍ର ଜଣକ ଇ-କମର୍ସ ସାଇଟରୁ ସୋନି ହେଡଫୋନ୍ ଅର୍ଡର କରିଥିଲେ । ଦିଆଯାଇଥିବା ସମୟରେ ଅର୍ଡର ମଧ୍ୟ ପହଞ୍ଚିଥିଲା କିନ୍ତୁ ଆସିଥିବା ବକ୍ସରେ ଏକ ସାଧାରଣ ଟୁଥପେଷ୍ଟ ଥିଲା । ଯାହା ପରେ ଛାତ୍ର ଜଣଙ୍କ ଠକାମୀର ଶିକାର ହୋଇଥିବା ଅନୁଭବ କରିଥିଲେ । ଭାଇରାଲ ହୋଇଥିବା ଭିଡିଓକୁ ଦେଖିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି । ଛାତ୍ର ଜଣଙ୍କ ସମ୍ପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ୟୁଜରଙ୍କ ନାମ ହେଉଛି ୟଶ ଓଜା, ଯିଏ ଇ-କମର୍ସ ସାଇଟ ଆମାଜନରୁ ଏକ ହେଡଫୋନ ଅର୍ଡର କରିଥିଲେ ଏବଂ ପାର୍ସଲ ଖୋଲିବା ପୂର୍ବରୁ ନିଜ ମୋବାଇଲରେ ଭିଡିଓ କରିଥିଲେ । କିନ୍ତୁ ହେଡଫୋନ ବଦଳରେ ଟୁଥପେଷ୍ଟ ଥିବାରୁ ସେ ଏହି ଭିଡିଓକୁ ଏକ୍ସ ପ୍ଲାଟଫର୍ମରେ ସେୟାର କରିଛନ୍ତି ।

ଛାତ୍ର ଜଣଙ୍କ ସୋନି କମ୍ପାନୀର ଏକ ହେଡଫୋନ ଅର୍ଡର କରିଥିଲେ । ଭାଇରାଲ ହୋଇଥିବା ଭିଡିଓକୁ ନେଇ ଆମାଜନ ନିଜ ପ୍ରତିକ୍ରିୟା ରଖିଥିବା ଜଣା ପଡ଼ିଛି ଏବଂ ଛାତ୍ରଙ୍କୁ କ୍ଷମା ମଧ୍ୟ ମାଗିଛି । ଛାତ୍ରଙ୍କ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଛି ଆମାଜନ୍‌ । ଏହି ଘଟଣାକୁ ନେଇ ଅନେକ ଲୋକ ନିଜର ମତ ରଖିଛନ୍ତି ।

ବାରମ୍ବାର ଏଭଳି ଘଟଣା ଘଟିଥାଏ । କିଛି ପ୍ରଡକ୍ଟ ଇ-କମର୍ସ ସାଇଟରେ ଫେରସ୍ତ ହୋଇଯାଏ ତ କିଛି ଫେରସ୍ତ ହୋଇପାରିନଥାଏ । କିଛି ଲୋକ ଏପରି ଅନେକ କ୍ଷତିର ସାମ୍ନା କରନ୍ତି । ତେଣୁ ଆପଣ ଅର୍ଡର କରୁଥିବା ଜିନିଷକୁ ଭଲ ଭାବେ ଯାଞ୍ଚ କରି ରଖନ୍ତୁ । ନଚେତ ଆପଣ ବି ଏପରି ସମସ୍ୟାର ସାମ୍ନା କରି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.