Below header

ବୋରୱେଲରେ ନବଜାତ ଶିଶୁ, ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରଚେଷ୍ଟା

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆ ଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ରେ ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି l

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆ ଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ଅଭିଯୋଗ ହୋଇଛି l

ସ୍ଥାନୀୟ ଲୋକ ଏନେଇ ଜାଣିଲା ପରେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି l ବୋରୱେଲ ଭିତରକୁ ଆକ୍ସିଜେନ ଦିଆ ଯାଉଛି l ସେପଟେ ୩ ଟି ଜେସିବି ସାହାର୍ଯ୍ୟରେ ମାଟି ଖୋଳା ଚାଲିଛି l ଘଟଣାସ୍ଥଳରେ ପୋଲିସ, ଡାକ୍ତର, ଅଗ୍ନିଶମ ଅଧିକାରୀ, ପ୍ରଶାସନିକ ଅଧିକାରୀ ପହଁଚି ଶିଶୁଟିକୁ କିପରି ସୁରକ୍ଷିତ ବାହାର କରିବେ, ସେନେଇ ପ୍ରଚେଷ୍ଟା ଚାଲିଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.