ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ, ୨୪ ମୃତ

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ। ପୋଲିସ ଷ୍ଟେସନରେ ପଶିଲେ । ଦୁଇଜଣ ସୁରକ୍ଷାକର୍ମୀଙ୍କ ସମେତ ୨୪ଜଣଙ୍କୁ ହତ୍ୟା କଲେ । ଆଫଗାନିସ୍ତାନ ସୀମାନ୍ତ ଡେରା ଇସମାଇଲ ଖାନ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଆତଙ୍କୀ ।

ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ। ପୋଲିସ ଷ୍ଟେସନରେ ପଶିଲେ । ଦୁଇଜଣ ସୁରକ୍ଷାକର୍ମୀଙ୍କ ସମେତ ୨୪ଜଣଙ୍କୁ ହତ୍ୟା କଲେ । ଆଫଗାନିସ୍ତାନ ସୀମାନ୍ତ ଡେରା ଇସମାଇଲ ଖାନ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି ଆତଙ୍କୀ । ଏଠାରେ ଥିବା ଏକ ପୋଲିସ ଷ୍ଟେସନକୁ କ୍ୟାମ୍ପ ଭାବେ ବ୍ୟବହାର କରୁଥିଲା ପାକ୍ ସେନା।

ଆତଙ୍କବାଦୀ ଏକ ବିସ୍ପୋରକ ଭର୍ତ୍ତି ଟ୍ରକରେ ଆସି ଅତର୍କିତ ଆକ୍ରମଣ କରିଥିଲେ । ବନ୍ଧୁକ ମୁନରେ ୨୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ । ପାକିସ୍ତାନ ପକ୍ଷରୁ ମୃତକଙ୍କ ତଥ୍ୟ ପ୍ରକାଶ କରାଯାଇନଥିଲେ ହେଁ ଏମାନଙ୍କ ଭିତରେ ୨ଜଣ ସୁରକ୍ଷା କର୍ମୀ ଥିବା ଜଣା ପଡିଛି । ମୃତାହତଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି । ଆକ୍ରମଣ ପଛରେ ତାଲିବାନର ହାତ ଥିବା ପାକିସ୍ତାନର ଜଣେ ମନ୍ତ୍ରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.