ବସ୍‌ ସାମ୍ନା କାଚ ଭାଙ୍ଗିଯିବାରୁ ହେଲମେଟ ଲଗାଇ ବସ୍‌ ଚଲାଇଲେ ଡ୍ରାଇଭର, ଫଟୋ ଭାଇରାଲ

ଏବେ ନୂଆ ମୋଟର ଯାନ ସଂଶୋଧନ ଆଇନ ପ୍ରଣୟନ ହେବା ପରେ ଚାରିଆଡେ ଟ୍ରାଫିକ ଧରପଗଡକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି। ବେଳେବେଳେ ସବୁକାଗଜପତ୍ର ସଠିକ୍‌ ଥାଇ ମଧ୍ୟ ଚାଲାଣ କଟିବା ସହ କାର, ବସ୍‌ରେ ହେଲମେଟ ନ ପିନ୍ଧିବା ଯୋଗୁଁ ଚାଲାଣ କଟିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି। ଏପରିସ୍ଥଳେ ଆଉ ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ। ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଏକ ବସ୍‌ ଡ୍ରାଇଭରଙ୍କ ଚକିତ କରିଦେବା ଫଟୋ ଭାଇରାଲ ହୋଇଛି। ଏହି ଫଟୋରେ ଜଣେ ବସ୍‌ ଡ୍ରାଇଭର ହେଲମେଟ ପିନ୍ଧି ବସ ଚଲାଉଥିବା ନଜର ଆସିଛନ୍ତି। କିନ୍ତୁ ଏହା କୌଣସି ଚାଲାଣ କଟିବା ଭୟରେ ନୁହେଁ । ଏହା ପଛରେ ରହିଛି ଅନ୍ୟ କାରଣ।

buss

ଘଟଣା ମୁତାବକ, ବସ୍‌ଟି ହମିରପୁରରୁ କାନପୁରକୁ ଯିବା ସମୟରେ ଜଣେ ପାଗଳ ମହିଳା ପଥର ମାରି ବସ୍‌ର ସାମ୍ନା କାଚକୁ ଭାଙ୍ଗିଦେଇଥିଲା। ବସ୍‌ରେ ଅତ୍ୟଧିକ ଯାତ୍ରୀ ରହିଥିବା ବେଳେ ଥଣ୍ଡା ଯୋଗୁଁ ବସ୍‌ ଚଲାଇବା କଷ୍ଟକର ହୋଇପଡିଥିଲା। ଏପରି ଥଣ୍ଡାରୁ ବଞ୍ଚିବା ପାଇଁ ଡ୍ରାଇଭର ଜଣକ ହେଲମେଟ ପିନ୍ଧି ବସ୍‌ ଚଲାଇବା ଆରମ୍ଭ କରିଥିଲେ। ଏପରି କରିବା ଫଳରେ ତାଙ୍କୁ ଥଣ୍ଡା କମ୍‌ ଲାଗିଥିଲା। କିନ୍ତୁ ଏହି ସମୟର ଫଟୋ ଚାଳକଙ୍କର ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.