Below header

ଘୋଷଣା ହେଲା ୬୪ ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନର ଉପନିର୍ବାଚନ ତାରିଖ

ଆଜି ୬୪ ଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି। ୧୮ଟି ରାଜ୍ୟରେ ଏହି ଉପନିର୍ବାଚନ ହେବ। ଭୋଟ ଗ୍ରହଣ ଅକ୍ଟୋବର ୨୧ ତାରିଖ ଓ ଗଣତି ୨୪ ତାରିଖରେ ହେବ। ୬୪ଟି ଆସନ ଭିତରେ ରହିଛି କର୍ଣ୍ଣାଟକର ୧୫ଟି ଓ ଉତ୍ତର ପ୍ରଦେଶର ୧୧ଟି ଆସନ। କର୍ଣ୍ଣାଟକରେ ୧୫ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହୋଇଥିବାରୁ ସେମାନେ ପ୍ରତିନିଧିତ୍ୱ କରୁଥିବା ଆସନରେ ଉପନିର୍ବାଚନ ହେବ। କର୍ଣ୍ଣାଟକରେ ବିଜେପି ସରକାର ସ୍ଥିର ରହିବ କି ଅସ୍ଥିର ହେବ, ଏହି ଉପନିର୍ବାଚନ ଫଳାଫଳ ହିଁ ସ୍ପଷ୍ଟ କରିବ। ସେହିପରି ଉତ୍ତର ପ୍ରଦେଶରେ ଖାଲିଥିବା ୧୧ ଆସନ ଭିତରୁ ଅଧିକାଂଶ ପ୍ରତିନିଧି ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେହିପରି ଆସାମର ୪ଟି, ବିହାରର ୫ଟି, ଗୁଜରାଟର ୪ଟି, ହିମାଚଳ ପ୍ରଦେଶର ୨ଟି, କେରଳର ୫ଟି, ପଂଜାବର ୪ଟି, ସିକିମ୍‌ର ୩ଟି ଓ ରାଜସ୍ଥାନ ଓ ତାମିଲନାଡୁର ୨ଟି ଲେଖାଏଁ ଆସନରେ ଉପନିର୍ବାଚନ ହେବ। ସେହିପରି ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା ଓ ପୁଡୁଚେରୀରେ ଗୋଟିଏ ଲେଖାଏଁ ବିଧାନସଭା ଆସନରେ ଉପନିର୍ବାଚନ ହେବ। କେବଳ ଏକମାତ୍ର ବିହାରର ସମସ୍ତିପୁର ଲୋକସଭା ଆସନରେ ଉପନିର୍ବାଚନ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.