Below header

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ହାଓଡି ମୋଦି କାର୍ଯ୍ୟକ୍ରମ, ୫୦ ହଜାର ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରିବେ ମୋଦି

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ହାଓଡି ମୋଦି କାର୍ଯ୍ୟକ୍ରମ। ଆମେରିକାର ହଷ୍ଟନରେ ୫୦ ହଜାର ଭାରତୀୟ-ଆମେରିକୀୟଙ୍କୁ ସମ୍ବୋଧିତ କରିବେ ମୋଦି। କାର୍ଯ୍ୟକ୍ରମରେ ସାମିଲ ହେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ। ସେ ମଧ୍ୟ ସମବେତ ଜନତାଙ୍କୁ ସମ୍ବୋଧିତ କରିବେ। ହାଓଡି ମୋଦି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ବିଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରାଯାଇଛି। ହାଓଡି ମୋଦି କାର୍ଯ୍ୟକ୍ରମ ପରେ ଭାରତ -ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ବ୍ୟବସାୟ କ୍ଷେତ୍ରରେ କେତେକ ବଡ଼ ଚୁକ୍ତି ହେବାର ସମ୍ଭାବନା ରହିଛି। ଚୀନ୍‌ ସହ ଆମେରିକାର ବାଣିଜ୍ୟ ଯୁଦ୍ଧ ଚାଲିଥିବାରୁ ଭାରତ-ଆମେରିକା ଆଲୋଚନା ଉପରେ ସାରା ବଶ୍ୱ ନଜର ରଖିଛି। ଭାରତର ଉଚ୍ଚ ତାରିଫ ଉପରେ ଟ୍ରମ୍ପ ଅନେକ ସମୟରେ ଆପତ୍ତି ଉଠାଇଥିବାରୁ ଏ ନେଇ କିଛି ଘୋଷଣା ହେବା ସମ୍ଭାବନା ରହିଛି। ଅନ୍ୟପଟେ ଏହି ଗସ୍ତରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ମୋଦି ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.