Below header

ମହିଳା ସଶକ୍ତୀକରଣ ଉପରେ ଆଧାରିତ ସିନେମା ‘କ୍ରାନ୍ତିଧାରା’କୁ ମିଳିଛି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ, ପାଇଛି ଏସିଆନ୍‌ ଏକ୍ସଲେନ୍ସ ଫିଲ୍ମ ପୁରସ୍କାର

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’କୁ ମିଳିଛି ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ। ଏସିଆନ୍‌ ଏକ୍ସଲେନ୍ସ ଫିଲ୍ମ ପୁରସ୍କାର ପାଇଛି କ୍ରାନ୍ତିଧାରା। ସିଓଲ ଇଣ୍ଟରନେସନାଲ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି କ୍ରାନ୍ତିଧାରା । ସିଓଲ ସ୍ଥିତ ଇଣ୍ଟରନେସନାଲ ଫେଡେରେସନ୍‌ ଅଫ୍‌ ଫିଲ୍ମ ଡେଭେଲପମେଣ୍ଟ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ପୁରସ୍କୃତ କରାଯାଇଛି। କ୍ରାନ୍ତିଧାରାର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ପ୍ରତିନିଧି ଭାବେ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରଫେସର ସତ୍ୟବ୍ରତ ଆଏଚ୍‌। ଏହି ସଫଳତା ପାଇଁ ଟିମ୍‌ର ସବୁ ସଦସ୍ୟଙ୍କୁ ଶ୍ରେୟ ଦେଇଛନ୍ତି ନିର୍ଦ୍ଦେଶକ।

ଡ. ଅଚ୍ୟୁତ ସାମନ୍ତଙ୍କ ନିବେଦିତ, କାଦମ୍ବିନୀ ମିଡିଆ ପ୍ରଯୋଜିତ କ୍ରାନ୍ତିଧାରା ଫିଲ୍ମ ଡ. ଇତି ସାମନ୍ତଙ୍କ ‘ଝଡ଼ ପରର ସୂର୍ଯ୍ୟ’ ଗଳ୍ପ ଉପରେ ଆଧାରିତ। ରାଜନୈତିକ ପୃଷ୍ଠଭୂମିରେ ମହିଳା ସଶକ୍ତୀକରଣକୁ ନେଇ ଚଳଚ୍ଚିତ୍ର କ୍ରାନ୍ତିଧାରା ନିିର୍ମିତ ହୋଇଛି। ଓଡ଼ିଆ ସିନେ ଜଗତର ଏକ ମାଇଲ୍‌ଖୁଣ୍ଟ ଭାବେ ପରିଚିତ ହେଉଥିବା କ୍ରାନ୍ତିଧାରାକୁ ସର୍ବଶ୍ରେଷ୍ଠ ସିନେମା, ଶ୍ରେଷ୍ଠ କାହାଣୀ ପାଇଁ ଡ. ଇତି ସାମନ୍ତ ଏବଂ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଗାର୍ଗି ମହାନ୍ତିଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହା ବ୍ୟତୀତ କ୍ରାନ୍ତିଧାରା ଦେଶ ବିଦେଶରେ ଅନେକ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.