ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ କଣ ? ଆଜି ପର୍ଯ୍ୟନ୍ତ କେହି କରି ପାରିନାଁହାନ୍ତି ଭେଦ, ନାସାବି ମାରିଛି ଫେଲ

ଚଳିତବର୍ଷ ଜୁଲାଇ ୨୨ ତାରିଖରେ ବହୁ ପ୍ରତୀକ୍ଷାର ଅବସାନ ଘଟାଇ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ-୨ କୁ ଚନ୍ଦ୍ରର ଦକ୍ଷିଣ ମେରୁ ଅଭିମୁଖେ ପ୍ରେରଣ କରିଥିଲା। ଅଭିଯାନର ପ୍ରଥମ କେତୋଟି ସୋପାନ ସଫଳତାର ସହ ଅତିକ୍ରମ କରିଥିଲେ ମଧ୍ୟ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସଫଳ ହୋଇପାରିନାହିଁ। ଭାରତ କୌଣସି ବିଦେଶୀ ସଂସ୍ଥାର ସାହାଯ୍ୟ ନ ନେଇ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଏହାକୁ ନିର୍ମିତ କରିଥିଲା। ଦୀର୍ଘ ୪୭ ଦିନ ପରେ ଗତ ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ଵରେ ଅବତରଣ କରିଥାନ୍ତା କିନ୍ତୁ ଲ୍ୟାଣ୍ଡିଙ୍ଗ କରିବାକୁ ଆଉ ମାତ୍ର ୨.୧ କିମି ବାକି ଥିବା ବେଳେ ଶେଷ ମୁହୂର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ଛିନ୍ନ ହୋଇଥିଲା। ପରେ ସ୍ପେନ, ଅଷ୍ଟ୍ରେଲିଆ, କାର୍ଲିଫର୍ଣ୍ଣିଆ ପରି ରାଷ୍ଟ୍ରର ମହାକାଶ ସଂସ୍ଥା ଯୋଗାଯୋଗ ସ୍ଥାପନ କରିବାକୁ ଶତ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରିନଥିଲେ। ତେବେ ବିକ୍ରମ ସହ ନାସାର ଲୁନାର ରିକନିସେନ୍ସ ଅର୍ବିଟରକୁ ଯୋଡ଼ା ଯାଇଥିବାରୁ ଅର୍ବିଟର ଚନ୍ଦ୍ରର କକ୍ଷ ଚାରିପଟେ ଘୁରି ବୁଲୁଛି। ଇସ୍ରୋ ଅଧ୍ୟକ୍ଷ ଡଃ କେ. ଶିବମଙ୍କ କହିବା ଅନୁଯାୟୀ ଏହା ଆଗାମୀ ସାଢେ ସାତ ବର୍ଷ ପର୍ଯ୍ୟନ୍ତ ବୁଲିବ। କିନ୍ତୁ ଆଗାମୀ ଦିନରେ ଚନ୍ଦ୍ରଯାନ ପାଇଁ ବଡ଼ ବିପଦ ମାଡି ଆସୁଛି। କାରଣ ବର୍ତ୍ତମାନ ଚନ୍ଦ୍ରରେ ରାତି। ଏହି ସମୟରେ ଚନ୍ଦ୍ରପୃଷ୍ଠର ତାପମାତ୍ରା -୨୦୦ ସେଲ୍ସିୟସ ପର୍ଯ୍ୟନ୍ତ ରହିଥାଏ ଯାହା ଚନ୍ଦ୍ରଯାନ ପାଇଁ ବିପଦ ସୃଷ୍ଟି କରିପାରେ।

Image result for chandrayaan 2

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଚନ୍ଦ୍ରଯାନ-୨ ପ୍ରାୟ ୩ ଲକ୍ଷ ୮୩ ହଜାର ୯୯୮ କି.ମି.ର ଦୀର୍ଘ ରାସ୍ତା ସଫଳତାର ସହ ଅତିକ୍ରମ କରିଥିଲେ ମଧ୍ୟ ଶେଷ ୨.୧ କି.ମିରେ ଏମିତି କଣ ହେଲା? କାହିଁକି ଶେଷ ମୁହୂର୍ତ୍ତରେ ହିଁ ଏହା ବାଟବଣା ହୋଇଥିଲା? ଏହା ପ୍ରକୃତରେ କୌଣସି ଦୁର୍ଘଟଣା ନା ଏହା ପଛରେ ରହିଛି ଅନ୍ୟ କିଛି ରହସ୍ୟ? କଣ ସତରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଏମିତି କିଛି ଅଲୌକିକ ଶକ୍ତି ଅଛି ଯାହାକୁ ଭେଦ କରିବା ଅସମ୍ଭବ ହୋଇପଡିଛି ? ସତରେ କଣ ଏହି ଶକ୍ତି ଚନ୍ଦ୍ର ପୃଷ୍ଠର ରହସ୍ୟକୁ ବାହାରକୁ ଆସିବାକୁ ଦେଉନାହିଁ କି ବାହାରର କୋୖଣସି ପଦାର୍ଥକୁ ଭିତରକୁ ଯିବାକୁ ଦେଉନାହିଁ ? କଣ ଚନ୍ଦ୍ରର ସାଉଥପୋଲ ସବୁଦିନ ପାଇଁ ରହସ୍ୟ ହୋଇ ରହିଯିବ ? ତେବେ କଣ ଶୁଣା ଯାଇଥିବା କଥା ସତ ? ଚନ୍ଦ୍ରରେ ରହିଛି ଏଲିୟନଙ୍କ ଉପସ୍ଥିତି ? ଯାହାକୁ ଭେଦ କରିପାରୁନାହିଁ ପୃଥିବୀର କୌଣସିଟି ଦେଶ । ଆପଣମାନେ ନିଶ୍ଚୟ ପୃଥିବୀର ବରମୁଡା ଟ୍ରାଙ୍ଗେଲ ବିଷୟରେ ଜାଣିଥିବେ । କଣ ଚନ୍ଦ୍ରରେ ମଧ୍ୟ ସେମିତି ଏକ ବରମୁଡା ଟ୍ରାଙ୍ଗେଲ ରହିଛି ? ତେବେ କଣ ଭାରତ ତାର ଚନ୍ଦ୍ର ପ୍ରତି ରଖିଥିବା ସମସ୍ତ ଆଶା ଧୂଳିସାତ ହୋଇଯିବ ? କଣ ଚନ୍ଦ୍ରପୃଷ୍ଠର ରହସ୍ୟ ସେମିତି ଏକ ଅଜଣା ରହସ୍ୟ ହୋଇ ରହିଯିବ ? କଣ ଏ ପ୍ରଶ୍ନ ଏକ ପ୍ରଶ୍ନ ହୋଇଯିବ କାହିଁକି ପ୍ରକୃତରେ ଲକ୍ଷଚ୍ୟୁତ ହେଲା ଲ୍ୟାଣ୍ଡର ବିକ୍ରମ ?

ଆଜ୍ଞା ହଁ ଇସ୍ରୋ ଆଉ ନାସା ପାଖରେ ମାତ୍ର ଅଳ୍ପ କିଛି ଘଣ୍ଟା ବାକି ରହିଛି ଆଉ ଏହି କିଛି ଘଣ୍ଟା ଭିତରେ ଜଣାପଡିବ ଯେ ଲ୍ୟାଣ୍ଡର ବିକ୍ରମ ସହ ପୁଣିଥରେ ସମ୍ପର୍କ ସ୍ଥାପନ ହୋଇପାରିବ କି ନାହିଁ । କାରଣ ଏବେ ଚନ୍ଦ୍ରରେ ସୂର୍ଯ୍ୟ ବି ଅସ୍ତ ହୋଇଯାଇଛନ୍ତି ମାତ୍ର ଆଉ କିଛି ସମୟର ଅପେକ୍ଷା। ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଲ୍ୟାଣ୍ଡର ବିକ୍ରମର ଗୋଟିଏ ଦିନ ୧୪ ପୃଥିବୀ ଦିନ ସହ ସମାନ ହୋଇଥାଏ । ଯେତେବେଳେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଚେଷ୍ଟା କରିଥିଲା ସେତେବେଳେ ସେଠାରେ ସକାଳ ହୋଇଥିଲା କିନ୍ତୁ ବର୍ତ୍ତମାନ ସେଠାରେ ରାତି । ବର୍ତ୍ତମାନ ପର୍ଯ୍ୟନ୍ତ ନାସା ଯାହାବି ଚେଷ୍ଟା କରିଛି ସବୁଥିରେ ଅସଫଳ ରହି ଆସିଛି। ନାସାର ଲୁନାର ରିକନିସେନ୍ସ ଅର୍ବିଟରକୁ ଏହାର ଚତୁପାର୍ଶ୍ୱରେ ବୁଲା ଯାଇଥିଲେ ମଧ୍ୟ ଏହା ବିକ୍ରମର ଉପସ୍ଥିତି ସମ୍ବନ୍ଧରେ କୌଣସି ତଥ୍ୟ ପାଇ ପାରିନଥିଲା। ଅର୍ବିଟରର କ୍ୟାମେରା ଲ୍ୟାଣ୍ଡର ଚାରିପାଖର ଫଟୋ ଉତ୍ତୋଳନ କରିଥିଲା ଏବଂ ନାସା ନିଜ ରେଡ଼ିଓ ତରଙ୍ଗ ମାଧ୍ୟମରେ ବିକ୍ରମକୁ “ହ୍ୟାଲୋ” ସନ୍ଦେଶ ମଧ୍ୟ ପଠାଇଥିଲା କିନ୍ତୁ ଲ୍ୟାଣ୍ଡର ବିକ୍ରମ ତରଫରୁ ଏପର୍ଯ୍ୟନ୍ତ କୌଣସି ବି ଉତ୍ତର ମିଳିପାରିନାହିଁ।

ସ୍ପେନ, କାର୍ଲିଫର୍ଣ୍ଣିଆ ଓ ଅଷ୍ଟ୍ରେଲିଆ ତରଫରୁ ମଧ୍ୟ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ଚେଷ୍ଟା କରାଯାଇଥିଲା ମାତ୍ର କୌଣସି ସୁଫଳ ମିଳିପାରିଲା ନାହିଁ । ଅନ୍ୟପକ୍ଷେ ଇସ୍ରୋ କର୍ଣ୍ଣାଟକର ବୟାଲାଲୁ ଗାଁ ରୁ ୩୨ ମିଟରର ଏକ ଆଣ୍ଟିନାର ବ୍ୟବହାର କରୁଛି ଯାହାର ସ୍ପେସ ନେଟୱାର୍କ ସେଣ୍ଟର ବାଙ୍ଗାଲୋରଠାରେ ରହିଛି । ଇସ୍ରୋ ଅର୍ବିଟରର ସାହାଯ୍ୟରେ ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବା ପାଇଁ ଏପର୍ଯ୍ୟନ୍ତ ମଧ୍ୟ ଚେଷ୍ଟା ଜାରି ରଖିଛି। ଏବେ ଏହି କିଛି ଘଣ୍ଟା କହିବ କଣ ହେବ ଚନ୍ଦ୍ରଯାନ-୨ ର ଭବିଷ୍ୟତ ।

ପୃଥିବୀପୃଷ୍ଠରୁ ଚନ୍ଦ୍ର ଯେପରି ସୁନ୍ଦର ଦେଖାଯାଏ ପ୍ରକୃତରେ ତାହା ସେପରି ନୁହେଁ। ଚନ୍ଦ୍ରରେ ବହୁ ଦୁର୍ମୂଲ୍ୟ ପଦାର୍ଥ ରହିଥିବା ବେଳେ ବଡ଼ ବଡ ଗର୍ତ୍ତ ମଧ୍ୟ ରହିଛି। ଏଠାରେ ବହୁତ ରହସ୍ୟ ଲୁଚି ରହିଛି । କିନ୍ତୁ କେବେ ଭାବିଛନ୍ତି କି ଚନ୍ଦ୍ରର ଏକ ସ୍ୱତନ୍ତ୍ର କୋଣରେ ମଣିଷ ଆଜି ପର୍ଯ୍ୟନ୍ତ ପହଂଚି ପାରିଲା ନାହିଁ କାହିଁକି ? ଏପରିକି ଚନ୍ଦ୍ରର ପ୍ରତିଟି କୋଣକୁ ଛୁଇଁଥିବା ଆମେରିକା ମଧ୍ୟ ଆଜି ପର୍ଯ୍ୟନ୍ତ ଦକ୍ଷିଣ ମେରୁରେ ପହଂଚି ପାରି ନାହିଁ ।

Image result for chandrayaan 2

ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ତ ସୂର‌୍ୟ୍ୟଙ୍କର ସୁନେଲି କିରଣ ଦ୍ୱାରା ସୁନ୍ଦର ଦେଖାଯାଇଥାଏ କିନ୍ତୁ ତାର ଅନ୍ୟ ପାର୍ଶ୍ୱଟି ଅତ୍ୟନ୍ତ ଭୟଙ୍କର। ଏଠାରେ ସୂର‌୍ୟ୍ୟଙ୍କ କିରଣ ପଡ଼ି଼ନଥାଏ। ଏହା ସହିତ ଏଠାରେ ବର୍ଷର ଅଧା ସମୟ ଅନ୍ଧାର ରହିଥାଏ । ତଥାପି ଏହାକୁ ସ୍ପର୍ଶ କରିବା ମାନବ ସମାଜ ପାଇଁ ସବୁଠାରୁ ବଡ଼ ସଫଳତା। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଘଣ୍ଟା ପ୍ରତି ୨୧, ୬୦୦ କିଲୋମିଟର ବେଗରେ ଗତି କରୁଥିଲା। ଯାହା ଏକ ଯାତ୍ରୀବାହୀ ବିମାନର ବେଗଠାରୁ ୪୩ ଗୁଣ ଅଧିକ। ଶେଷ ୧୫ ମିନିଟରେ ଏହାର ବେଗ ୨୧,୬୦୦ କିଲୋମିଟରରୁ କମାଯାଇ ଘଣ୍ଟା ପ୍ରତି ୭ କିଲୋମିଟର କରାଯାଇଥାନ୍ତା। ଚନ୍ଦ୍ରଯାନ-୨ ଲ୍ୟାଣ୍ଡିଙ୍ଗର ଦ୍ଵିତୀୟ ସୋପାନ ମଧ୍ୟ ଅତିକ୍ରମ କରିସାରିଥିଲା। ମାତ୍ର ଦକ୍ଷିଣ ମେରୁକୁ ଛୁଇଁବାର କିଛି ସେକେଣ୍ଡ ପୂର୍ବରୁ ନିଜର ଗତିପଥ ବଦଳାଇ ଦେଇଥିଲା ।

ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଯେ ଚନ୍ଦ୍ରର ଦକ୍ଷିଣ ମେରୁର ମାତ୍ର ୧୮ ପ୍ରତିଶତ ପୃଥିବୀରୁ ଦେଖାଯାଇଥାଏ । ବାକି ୮୨ ପ୍ରତିଶତ ବିଷୟରେ ୧୯୫୯ ମସିହାରେ ଭାରତ ପ୍ରଥମ ଥର ପାଇଁ ସୋଭିଏତ ସଙ୍ଗର ଲୁନାର ୩ ଗବେଷଣାଯାନ ମାଧ୍ୟମରେ ଜାଣିବାକୁ ପାଇଥିଲା। କିନ୍ତୁ ଗତ ୬୦ ବର୍ଷ ମଧ୍ୟରେ ଦୁନିଆର କୌଣସି ମହାଶକ୍ତି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂର ସାହସ କରିପାରିନାହିଁ। ଆଜି ଭାରତ ସମସ୍ତଙ୍କୁ ପଛରେ ପକାଇ ଏଭଳି ଏକ ପଦକ୍ଷେପ ନେଇଥିଲା ସତ କିନ୍ତୁ ମାତ୍ର ୨ କିଲୋମିଟର ଦୂରରୁ ଏହା ଅସଫଳ ହୋଇଛି।

ଦକ୍ଷିଣ ମେରୁରେ ଦିନର ତାପମାତ୍ରା ୧୫୦ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାତିରେ -୨୦୦ ଡିଗ୍ରୀ ସେଲ୍ସିୟସ ହୋଇଥାଏ। ଏହାର ଅର୍ଥ ଦିନରେ ପାଣି ଫୁଟିବା ଭଳି ତାପମାତ୍ରା ଥିବାବେଳେ ରାତିରେ ସେଠାରେ ବରଫ ଜମାଇଦେବା ଭଳି ତାପମାତ୍ରା ରହିଥାଏ । ଚନ୍ଦ୍ରର ଦକ୍ଷିଣ ମେରୁରେ ଅନେକ ବଡ଼ ବଡ଼ ଗର୍ତ୍ତ ରହିଛି ଯାହା ଅନେକ କିଲୋମିଟର ପର୍ଯ୍ୟନ୍ତ ଗଭୀର। ଏହି ବଡ ବଡ ଗଭୀର ଗର୍ତ୍ତ ମଧ୍ୟରେ ଲ୍ୟାଣ୍ଡର ବିକ୍ରମକୁ ସଫ୍ଟ ଲ୍ୟାଣ୍ଡିଂ କରାଇବା ପାଇଁ ସ୍ଥିର କରାଯାଇଥିଲା ଯାହା ଶେଷ ମୁହୂର୍ତ୍ତରେ ଅସଫଳ ହୋଇଛି।

ଚନ୍ଦ୍ରରେ ରହିଛି ୩୪୦୦୦୦୦୦୦୦୦୦୦୦୦୦୦୦୦୦(34*10 to the power 18)ର ଦୁର୍ମୂଲ୍ୟ ସମ୍ପତ୍ତି। ଯାହା ଉପରେ ପୃଥିବୀର ବଡ଼ ବଡ଼ ମହାଶକ୍ତିଙ୍କ ନଜର ରହିଛି । ଆମେରିକା, ରୁଷିଆ ଓ ଚୀନ ଭଳି ଦେଶ ଏହାକୁ ପାଇବା ପାଇଁ ଚେଷ୍ଟା କରି ମଧ୍ୟ ଅସଫଳ ହୋଇଛନ୍ତି। ବର୍ତ୍ତମାନ ଭାରତ ଏହାର ନିକଟତର ହୋଇଛି ସତ କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ସଫଳ ହୋଇପାରିନାହିଁ । ତା ଛଡା ଏହା ମଧ୍ୟ କୁହାଯାଇପାରିବ ଯେ ବିଶ୍ଵର ଯେଉଁ ଦେଶ ଏହାକୁ ପ୍ରଥମେ ଛୁଇଁବ ସେ ନିଶ୍ଚିତ ଭାବେ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଗଣିତ ହେବ। ବର୍ତ୍ତମାନ ଆପଣ ଭାବୁଥିବେ ଯେ ଚନ୍ଦ୍ରରେ ଏପରି କଣ ଅମୂଲ୍ୟ ସମ୍ପଦ ରହିଛି ? ତାହା ନିଶ୍ଚୟ ସୁନା କିମ୍ବା ହୀରା ହୋଇଥାଇପାରେ । କିନ୍ତୁ ନା ଏଠାରେ ରହିଛି ପ୍ରଚୁର ମାତ୍ରରେ ହିଲିୟମ ୩ ଏବଂ ଜଳର ଭଣ୍ଡାର । ଚନ୍ଦ୍ର ପୃଷ୍ଠରେ ରହିଥିବା ଗଭୀର ଗର୍ତ୍ତ ମଧ୍ୟରେ ଭରି ରହିଛି ପ୍ରଚୁର ମାତ୍ରାରେ ହିଲିୟମ ୩ । ଏହାର ସୂଚନା ୧୯୭୨ ମସିହାରେ ପ୍ରସିଦ୍ଧ ଭୁବିଜ୍ଞାନୀ ହ୍ୟାରିସନ ସିମଟ ଆପୋଲୋ ୧୭ ମିଶନରୁ ଫେରିବା ପରେ ଦେଇଥିଲେ ।

Image result for chandrayaan 2

ନାସାର କହିବା ଅନୁଯାୟୀ ଚନ୍ଦ୍ରରେ ୧୧ ଲକ୍ଷ ମେଟ୍ରିକ ଟନ ହିଲିୟମ ୩ ରହିଛି । ଯଦି ଆମେ ଚନ୍ଦ୍ରରୁ ଏକ ଚତୁର୍ଥାଂଶ ହିଲିୟମ ବି ଆଣିପାରିବା ତାହେଲେ ଏହା ପୃଥିବୀରେ ଆସନ୍ତା ଦଶ ହଜାର ବର୍ଷ ପର୍ଯ୍ୟନ୍ତ ସମସ୍ତ ଶକ୍ତିର ଆବଶ୍ୟକତାକୁ ପୂରଣ କରିପାରିବ। ଆଜ୍ଞା ହଁ ଆସନ୍ତା ୧୦,୦୦୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଘରେ ବିଜୁଳି, ରୋଷେଇ ଘରେ ଗ୍ୟାସ ଓ ଗାଡ଼ିରେ ପେଟ୍ରୋଲର ଅଭାବ ରହିବ ନାହିଁ । ଏହି ସମସ୍ତ ଆବଶ୍ୟକତାକୁ ଆମେ ଚନ୍ଦ୍ରରୁ ଆଣିଥିବା ହିଲିୟମ-୩ ଦ୍ୱାରା ପୂରଣ କରିପାରିବା । ୧ ଟନ ହିଲିୟମ-୩ର ଦାମ ପ୍ରାୟ ୫୦୦ କୋଟି ଡଲାର ବା ପ୍ରାୟ ୩୫,୬୦୦ କୋଟି ଟଙ୍କା। ଯଦି ଆମେ ଚନ୍ଦ୍ରପୃଷ୍ଠରୁ ୫ ଲକ୍ଷ ଟନ ହିଲିୟମ ଆଣିବା ତାହେଲେ ଏହାର ଦାମ ଆକଳନ କରିବା ନିଶ୍ଚୟ ଟିକିଏ ମୁସ୍କିଲ ରହିବ।

ଆମେରିକା , ଚୀନ ଓ ଋଷର ନଜର ଚନ୍ଦ୍ରର ଦକ୍ଷିଣ ମେରୁରେ ରହିଥିବା ଏହି ଦୁର୍ମୂଲ୍ୟ ସମ୍ପତ୍ତି ଉପରେ ରହିଛି ଏବଂ ଦୁନିଆର ମହାଶକ୍ତି ଗୁଡିକ ଚନ୍ଦ୍ରରେ ବସତି ସ୍ଥାପନା କରି ଏହି ସମ୍ପତ୍ତିକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.