ଅବସର ନେଲେ ଜିମ୍ବାୱେ କ୍ୟାପଟେନ୍ ମାସାକାଡଜା,ଶେଷ ମ୍ୟାଚରେ ଦେଖାଇଲେ ଜଲୱା

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଟିମ କ୍ୟାପଟେନ୍ ହାମିଲଟନ୍ ମାସାକାଡଜା ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଆଫଗାନିସ୍ତାନ ବିପକ୍ଷରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ପରେ ସେ ସନ୍ନ୍ୟାସ ଘୋଷଣା କରିଥିଲେ। ୩୬ ବର୍ଷୀୟ ମାସାକାଡଜା ଏହି ମ୍ୟାଚରେ ମାତ୍ର ୪୨ ବଲରେ ୭୧ ରନ କରି ଜିମ୍ବାୱେକୁ ବିଜୟୀ କରାଇଥିଲେ।ଶେଷ ମ୍ୟାଚରେ ୫ ଛକା ଓ ୪ ଚୌକା ମାରିଥିଲେ ମାସାକାଡଜା।

୧୮ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ମାସାକାଡଜା ଜିମ୍ବାୱେ ପକ୍ଷରୁ ୩୮ ଟେଷ୍ଟ, ୨୦୯ ଦିନିକିଆ ଏବଂ ୬୬ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମାସକାଡଜା ମାତ୍ର ୧୭ ବର୍ଷ ବୟସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ଶତକ ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ତେବେ ତିନିମାସ ପରେ ତାଙ୍କ ରେକର୍ଡକୁ ବାଂଲାଦେଶର ମହମ୍ମଦ ଅଶ୍ରଫୁଲ୍ ଭାଙ୍ଗିଥିଲେ।

ଏହାସହ ପଢ଼ନ୍ତୁ: ଏମ୍‌ଏସ୍‌ ଧୋନିଙ୍କ ଘରେ କଟିଲା ବିଜୁଳି, ବିରକ୍ତ ହୋଇ ପତ୍ନୀ ସାକ୍ଷୀ କଲେ ଏମିତି ଟ୍ଵିଟ୍‌

ବିଦାୟ ଅବସରରେ ଘୋଷଣା କରି ସେ କହିଛନ୍ତି ଯେ ‘ବିଦାୟୀ ମ୍ୟାଚ୍ ମୋ ପାଇଁ ବହୁତ ଖାସ୍। ବିଶେଷକରି ଟିମକୁ ଜିତାଇବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା । ଜିମ୍ବାୱେ ପକ୍ଷରୁ ଖେଳିଥିବା ପ୍ରତିଟି ମୁହୂର୍ତ୍ତ ମୋ ପାଇଁ ସ୍ମରଣୀୟ। ଅବସର ପରେ ମୁଁ ମୋ ପରିବାର ପର୍ଯ୍ୟାପ୍ତ ସମୟ ଦେବି। କ୍ରିକେଟ୍ ଛାଡ଼ିବା ନେଇ ମୋ ମନରେ କୌଣସି ଅବଶୋଷ ନାହିଁ। ଜିମ୍ବାୱେ ପକ୍ଷରୁ ଖେଳିବା ପାଇଁ ମୋତେ ଯେତିକି ସୁଯୋଗ ମିଳିଛି, ସେଥିପାଇଁ ମୁଁ ବୋର୍ଡକୁ ଧନ୍ୟବାଦ ଜଣାଉଛି।’