Below header

ଖାକିରେ କଳଙ୍କ, ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ହାବିଲଦାର ଗିରଫ

ବାଲେଶ୍ବର(କେନ୍ୟୁଜ୍): ଡ୍ରଗ୍ସ ମାଫିଆଙ୍କ ସହ ଲିଙ୍କ ଅଭିଯୋଗରେ ହାବିଲଦାର ଗିରଫ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ STF । ଦୁଇଦିନ ପୂର୍ବେ କାର୍ଯ୍ୟରେ ଅବହେଳା ପାଇଁ ରଞ୍ଜନ ସାହୁ ନିଲମ୍ବିତ ହୋଇଥିଲେ । ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ରଞ୍ଜନଙ୍କ ରଞ୍ଜନଙ୍କ ଲିଙ୍କ୍‌ ଥିବା ଅଭିଯାଗ ହୋଇଛି । ଡ୍ରଗ୍ସ କାରବାରର କିଙ୍ଗପିନ୍‌ ରାଜାକୁ ଗିରଫ ପରେ ତାକୁ ୭ଦିନ ରିମାଣ୍ଡରେ ଆଣି ପଚରାଉଚରା କରୁଛି ଏସଟିଏଫ । ରାଜାର ବାଲେଶ୍ୱର ଘର ଉପରେ ମଧ୍ୟ ରେଡ୍‌ କରିଥିଲା ବାଲେଶ୍ୱର ପୋଲିସ । ତା ନାଁରେ ରହିଛି ୨୦ରୁ ଅଧିକ ଅପରାଧିକ ମାମଲାା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.