ପରିବା କାଟିବା ବେଳେ କ୍ୟାପସିକମ୍ ଭିତରୁ ବାହାରିଲା ଜିଅଁନ୍ତା ବେଙ୍ଗ, ଭାଇରାଲ ହେଉଛି ଫଟୋ
ବାଇଗଣ କିମ୍ବା କୋବି କାଟିବା ବେଳେ ଆମେ ସାଧାରଣତଃ ସେଥିରୁ ପୋକ କିମ୍ବା କିଛି ଛୋଟ କୀଟ ଦେଖିଥାଉ, ଯାହାକୁ ଫିଙ୍ଗି ଦେଉ। କିନ୍ତୁ କାନାଡ଼ାର ଏକ ଦମ୍ପତି ଖାଦ୍ୟ ପ୍ରସ୍ତୁତ କରିବା ବେଳେ ପରିବା ଭିତରୁ ଏକ ଏମିତି ଜନ୍ତୁ ବାହାରିଲା ଯେ ସେ ବେହୋସ୍ ହୋଇଗଲେ। ଡିନର ତିଆରି କରିବା ପାଇଁ ମହିଳା ଜଣକ କ୍ୟାପସିକମ୍ କାଟିବା ବେଳେ ସେଥିରେ ଏକ ଜୀଅନ୍ତା ବେଙ୍ଗ ବସିଥିବା ଦେଖିବାକୁ ପାଇଥିଲେ।
ରିପୋର୍ଟ ମୁତାବକ କ୍ୟୁବେକର ସ୍କୁଏନେର ନିକୋଲ ଗାଗନ ଓ ଗେରାର୍ଡ ବ୍ଲାକବର୍ନ ରାତିରେ ଖାଦ୍ୟ ପ୍ରସ୍ତୁତି କରୁଥିଲେ। ସେତେବେଳେ କ୍ୟାପ୍ସିକମ୍ କାଟିବା ବେଳେ ସେମାନେ ଏକ ଜୀବନ୍ତ ବେଙ୍ଗ ଥିବା ଦେଖି ଭୟ କରିଯାଇଥିଲେ।
ଦମ୍ପତି କହିଛନ୍ତି ଯେ ସେ ଖାଦ୍ୟରେ ବେଙ୍ଗ ଥିବା ଦେଖି ଏହାର ଫଟୋ ଉଠାଇଥିଲେ ଓ ତାହାକୁ କୃଷି ମନ୍ତ୍ରୀ ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟକୁ ପଠାଇଛନ୍ତି। ଏଥିସହ ସେ ଏହାକୁ ସୋସିଆଲ ମିଡିଆରେ ବି ସେୟାର କରିଛନ୍ତି। ଏବେ ଏହି ଫଟୋକୁ ଦେଖି ଲୋକେ ରିଆକ୍ସନ୍ ବି ଦେବା ଆରମ୍ଭ କରିଦେଲେଣି।
ଜଣେ ୟୁଜର ଲେଖିଛନ୍ତି ମୋତେ ମଧ୍ୟ କ୍ୟାପସିକମ୍ ଭିତରୁ ଏକ ଏଭଳି ଜୀବ ମିଳିଥିଲା। ଏଣୁ ଏବେ ଯେବେ ବି ମୁଁ କ୍ୟାପ୍ସିକମ୍ କାଟୁଛି ମୋତେ ଖୁବ୍ ଡର ଲାଗୁଛି। ସେହିପରି ଆଉ ଜଣେ ୟୁଜର କହିଛନ୍ତି ମୁଁ ମଧ୍ୟ କଦଳୀ ଭିତରେ ଥରେ ପୋକ ଦେଖିଥିଲି। ତା’ପରଠୁ ୨ ବର୍ଷ ହେଲା ଭୟରେ କଦଳୀ ଖାଉନି ବୋଲି ସେ କହିଛନ୍ତି।