ବାଗେଶ୍ୱର ବାବାଙ୍କ ବିରୋଧରେ ବିହାରରେ ମକଦ୍ଦମା, ନିଜକୁ ଭଗବାନ କହି ଲୋକଙ୍କୁ ଠକୁଥିବା ଅଭିଯୋଗ
ବାଗେଶ୍ୱର ବାବାଙ୍କ ନାମରେ ମାମଲା। ବିହାରର ମୁଜାଫରପୁରର ଏସିଜେଏମ୍ କୋର୍ଟରେ ବାଗେଶ୍ୱର ବାବା ନାମରେ ଜଣାଶୁଣା ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି।
ବାଗେଶ୍ୱର ବାବାଙ୍କ ନାମରେ ମାମଲା। ବିହାରର ମୁଜାଫରପୁରର ଏସିଜେଏମ୍ କୋର୍ଟରେ ବାଗେଶ୍ୱର ବାବା ନାମରେ ଜଣାଶୁଣା ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ମାମଲା ଦାୟର କରିଥିବା ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜକୁ ଭଗବାନଙ୍କ ସହ ତୁଳନା କରୁଛନ୍ତି, ଯଦ୍ଦ୍ଵାରା ହିନ୍ଦୁ ଧର୍ମ ତଥା ସନାତନ ଧର୍ମକୁ ବିଶ୍ୱାସ କରୁଥିବା ବ୍ୟକ୍ତିଙ୍କୁ ଆଘାତ ଲାଗୁଛି।
ପେସାରେ ଓକିଲ ଥିବା ସୂରଜ କୁମାର ବାଗେଶ୍ୱର ବାବାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଓକିଲ ସୂରଜ କୁମାର ଅଭିଯୋଗ କରିଛନ୍ତି ଯେ ରାଜସ୍ଥାନରେ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜକୁ ହନୁମାନଙ୍କ ଅବତାର ବୋଲି କହିଥିଲେ ଏବଂ ନିଜକୁ ଭଗବାନଙ୍କ ସହ ତୁଳନା କରିଥିଲେ।
ସୂରଜ କୁମାର ବାଗେଶ୍ୱର ବାବାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ସେ ହିନ୍ଦୁ ଧର୍ମକୁ ପାଳନ କରୁଥିବା ଲୋକଙ୍କୁ ଧୋକା ଦେଉଛନ୍ତି ଏବଂ ସେମାନଙ୍କୁ ଭୁଆଁ ବୁଲାଉଛନ୍ତି। ସେ ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ନିଜକୁ ଭଗବାନଙ୍କ ସହ ତୁଳନା କରି ଭଗବାନଙ୍କୁ ଅପମାନିତ କରୁଛନ୍ତି।
ଲୋକଙ୍କୁ ଚମତ୍କାର ନାମରେ ପ୍ରତାରଣା କରୁଛନ୍ତି। ସେମାନଙ୍କୁ ନିଜ ପାଦତଳେ ପକାଉଛନ୍ତି। ବାବା ବାଗେଶ୍ୱରଙ୍କ ଏହି କାର୍ଯ୍ୟ ଦ୍ୱାରା ସନାତନ ଧର୍ମର ପରମ୍ପରାକୁ ଠେସ୍ ପହଞ୍ଚିଛି। ବାବା ବାଗେଶ୍ୱରଙ୍କ ବିରୋଧରେ ଧାରା ୨୯୫ (କ), ୫୦୫ ଓ ୨୯୮ ଅଧୀନରେ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ କୋର୍ଟ ମେ’ ୧୦ରେ ଶୁଣାଣି କରିବେ।