ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବା କାହିଁକି ମନା?

ମୃତ ବ୍ୟକ୍ତିଙ୍କ ପୋଷାକ ପିନ୍ଧିବାକୁ ବାରଣ କରାଯିବା ପଛରେ ରହିଛି ଏହିସବୁ ବଡ଼ କାରଣ, ଜାଣି ନିଅନ୍ତୁ

ସମସ୍ତଙ୍କ ଘରେ ମୃତ୍ୟୁ ପରେ ପରିବାର ସଦସ୍ୟ ସେହି ମୃତ ବ୍ୟକ୍ତିଙ୍କ ପୋଷାକ ପିଙ୍ଗି ଦିଅନ୍ତି। କିନ୍ତୁ ଏହା ପଛରେ କାରଣ କଣ ଆପଣ ଜାଣିଛନ୍ତି କି ? ପ୍ରାୟ ଭାବୁଥିବେ ଯେ ଯେହେତୁ ସେସବୁ ଅନ୍ୟ ଜିନିଷ ତେଣୁ ସମସ୍ତେ ବ୍ୟବହାର କରିବା ଉଚିତ ନୁହେଁ । ତେବେ ଏହାକୁ ନେଇ ଅନେକ ଜରୁରୀ ନିୟମ ମଧ୍ୟ ରହିଛି । ଅନେକ ଜଣ ଏହାକୁ ପିନ୍ଧିବାକୁ ମନା କରନ୍ତି। ପୋଷାକଗୁଡ଼ିକ ଯେତେ ନୂଆ ହେଉନା କାହିଁକି ପିନ୍ଧିବା ପାଇଁ ବାରଣ କରାଯାଏ।

ଏହା କହିବା ପଛର କାରଣ କ’ଣ ? ଏହା ପଛରେ ଆତ୍ମାର ଯାତ୍ରା ସହିତ ଜଡିତ କି? ନ ଏହା ପଛରେ କିଛି ବୈଜ୍ଞାନିକ କାରଣ ଅଛି ? ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ। ତେବେ ଆଉ ଡେରି ନକରି ଚାଲନ୍ତୁ ଜାଣିବା ଏହା ପଛରେ ଥବା କାରଣ ସମ୍ପର୍କରେ ..

– ମୃତ୍ୟୁ ପରେ ମୃତକଙ୍କ ପୋଷାକ ପିନ୍ଧିବା ମନା :

ଧାର୍ମିକ ମାନ୍ୟତା ଅନୁଯାୟୀ ଥରେ ଆତ୍ମା ନିଜ ଶରୀର ଛାଡ଼ିଦେଲେ ପରିବାରର ସଦସ୍ୟମାନେ ସେହି ଶରୀର ସହ ଜଡିତ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ ଜାଳିବା ଦେବା ଉଚିତ୍। ଏହାର କାରଣ ମଧ୍ୟ ଦର୍ଶାଯାଇଛି । ବିଶ୍ୱାସ ରହିଛି ଯେ ଶରୀର ଛାଡ଼ିଥିବା ଆତ୍ମା କେବଳ ନିଜ ପୋଷାକ ଏବଂ ଅନ୍ୟାନ୍ୟ ପ୍ରିୟ ଜିନିଷର ଗନ୍ଧ ଦ୍ୱାରା ନିଜ ପରିବାର ଏବଂ ଘରକୁ ଚିହ୍ନିଥାଏ। ମାନେ ଯଦି ସେହି ଜିନିଷ ଜଳାଯାଏ ନାହିଁ, ତେବେ ମୃତ୍ୟୁ ପରେ ମଧ୍ୟ ସେହି ଆତ୍ମା ନିଜ ପରିବାର ସହିତ ଥିବା ସମ୍ପର୍କକୁ ତ୍ୟାଗ କରିବାକୁ ସକ୍ଷମ ହୁଏ ନାହିଁ ଏବଂ ସେଠାରେ ବୁଲାବୁଲି କରେ। ଯେଉଁଥିପାଇଁ ସେ ଜନ୍ମ ଏବଂ ମୃତ୍ୟୁର ଏହି ଚକ୍ରରୁ ମୁକ୍ତି ପାଇ ପାରେନାହିଁ।

– ଘରେ ଖରାପ ଘଟଣା ଘଟେ:

ମୃତ୍ୟୁ ପରେ ଆତ୍ମା ଘୁରି ବୁଲେ କେବଳ ମୁକ୍ତି ପାଇବା ଲକ୍ଷ୍ୟରେ .. ତେବେ ସେହି ଆତ୍ମା ସକରାତ୍ମକ ବା ନକାରାତ୍ମକ ଶକ୍ତି ର ଧାରକ ମଧ୍ୟ ହୋଇପାରେ। ଯଦି ସେହି ଶକ୍ତି ନକାରାତ୍ମକ ହୋଇଯାଏ ଏବଂ ପରିବାର ସଦସ୍ୟ ମୃତ ବ୍ୟକ୍ତି ପୋଷାକ ପିନ୍ଧନ୍ତି, ତେବେ ଏହାର ପ୍ରଭାବ ସେମାନଙ୍କ ଉପରେ ପଡିପାରେ । ଯେଉଁଥିପାଇଁ ପରିବାରରେ ଅପ୍ରୀତିକର ଘଟଣା ଘଟେ। ମୃତ ବ୍ୟକ୍ତିଙ୍କ ପୋଷାକ ବ୍ୟତୀତ ସେମାନଙ୍କର ପ୍ରିୟ ଜିନିଷ କେବେବି ବ୍ୟବହାର କରାଯିବା ଉଚିତ୍ ନୁହେଁ। ଏହି ଜିନିଷ ଘରେ ନକାରାତ୍ମକତା ଶକ୍ତି ବଢାଇଥାଏ ।

– ଜୀବାଣୁ ଶରୀରରେ ପ୍ରବେଶ କରିପାରେ:

ବୈଜ୍ଞାନିକମାନେ ମୃତ ବ୍ୟକ୍ତି ପୋଷାକ କିମ୍ବା ଅନ୍ୟାନ୍ୟ ଜିନିଷ ବ୍ୟବହାର କରିବାକୁ ବାରଣ କରିଛନ୍ତି। ଏହା ପଛରେ କାରଣ ହେଉଛି ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ, ତା’ପୂର୍ବରୁ ଶରୀରର ପ୍ରତିରକ୍ଷା ଶକ୍ତି ଦୁର୍ବଳ ହୋଇଯାଇଥାଏ। ତାଙ୍କ ଶରୀରରେ ଅନେକ ସୂକ୍ଷ୍ମ ଜୀବାଣୁ ଏବଂ ବିଜାଣୁ ପ୍ରବେଶ କରିଥାନ୍ତି, ଯାହା ଖାଲି ଆଖିରେ ଦେଖାଯାଏ ନାହିଁ। ଏପରି ପରିସ୍ଥିତିରେ, ସେହି ବ୍ୟକ୍ତିଙ୍କ ମୃତ୍ୟୁ ପରେ ମଧ୍ୟ ସେହି ଜୀବାଣୁ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷରେ ରହିଥା’ନ୍ତି। ଯେଉଁ କାରଣରୁ ସେଗୁଡ଼ିକ ପିନ୍ଧୁଥିବା ପରିବାର ସଦସ୍ୟମାନେ ମଧ୍ୟ ରୋଗର ଶିକାର ହୋଇପାରନ୍ତି। ତେଣୁ ମୃତ ବ୍ୟକ୍ତିଙ୍କ ପୋଷାକକୁ ପୁନଃ ବ୍ୟବହାର କରିବା ଉଚିତ୍ ନୁହେଁ।

– ମାନସିକ ଚିନ୍ତା ବଢ଼େ

ମନୋବିଜ୍ଞାନୀଙ୍କ କହିବା ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ଶରୀର ଛାଡ଼ି ଯାଆନ୍ତି, ପରିବାର ସଦସ୍ୟ ତାଙ୍କ ସହ ଜଡିତ ଜିନିଷ ଦେଖିବା ପରେ ଭାବପ୍ରବଣ ହୋଇଯାଆନ୍ତି। ଯେତେବେଳେ ସେମାନେ ସେସବୁ ଜିନିଷ ଦେଖନ୍ତି ସେତେବେଳେ ଘର ଲୋକଙ୍କ ମନ ଦୁଃଖ ହୋଇ କାନ୍ଦିବାକୁ ଲାଗେ। ଏହି କାରଣର ସେହି ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହେବାକୁ ଲାଗେ। ସେ ସବୁବେଳେ ମୃତ ବ୍ୟକ୍ତିଙ୍କୁ ମନେ ପକାଇଥାନ୍ତି। ସେହି ସ୍ମୃତି ତାଙ୍କୁ ଜୀବନରେ ଆଗକୁ ବଢ଼ିବାକୁ ଦିଏ ନାହିଁ। ସେଥିପାଇଁ ମୃତ ବ୍ୟକ୍ତିଙ୍କ ଜିନିଷ ପୋଡ଼ି ଦେବା ପାଇଁ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.