ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ: ଶିମିଳିପାଳ ଅଭୟାରଣ୍ୟ ଯିବେ

୬ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ

କେନ୍ୟୁଜ୍(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟ ଯିବେ ରାଷ୍ଟ୍ରପତି । ଆସନ୍ତା ୪ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ । ୫ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବେ ରାଷ୍ଟ୍ରପତି । ୬ରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗସ୍ତରୁ ନେଇ ତାଙ୍କ ଗାଁ ପାହାଡପୁରଠାରୁ ଆରମ୍ଭ କରି ବାରିପଦା ସମେତ ସାରା ମୟୂରଭଞ୍ଜ ଚଳଚଞ୍ଚଳ ।

ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା, ଅସ୍ଥାୟୀ ହେଲିପ୍ୟାଡ୍‌ ନିର୍ମାଣ କାମ ଚାଲିଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ହେବ । ସେହିପରି ନିଜ ଜିଲ୍ଲା ତଥା ଜନ୍ମମାଟିକୁ ପ୍ରଥମ ଥର ଗସ୍ତ କରୁଛନ୍ତି ରାଷ୍ଟ୍ରପତି । ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍ସାହିତ । ୬ ତାରିଖ ୧୨ଟା ୧୫ ମିନିଟ ସମୟରେ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.