ସାର୍କକୁ ଟକ୍କର ଦେଇଥାଏ ଛତିଶଗଡ଼ର ଏହି ବିଶାଳକାୟ ପ୍ରଜାତିର ମାଛ, କୁରାଢ଼ୀରେ ହାଣି ଭାଗବଣ୍ଟା କରିଥାନ୍ତି ଗ୍ରାମବାସୀ

ବିରାଟକାୟ ମାଛ ଏପରି ନାମ ଶୁଣିବା ମାତ୍ରେ ଆପଣଙ୍କ ମନରେ ସାର୍କ ଭଳି ବଡ ମାଛର ଭାବନା ଆସୁଥିବ ନିଶ୍ଚୟ କିନ୍ତୁ ଛତିଶଗଡ଼ରୁ ମିଳିଥିବା ଏକ ମାଛ ସାର୍କ ସହିତ ଟକ୍କର ଦେଇଥାଏ । ଏହି ମାଛର ନାମ ହେଉଛି କ୍ୟାଟଫିସ ଯାହାର ଓଜନ ୧୫୦ କିଲୋରୁ ମଧ୍ୟ ଅଧିକ । ଏତେ ବଡ଼ ଆକାର ହୋଇଥିବା କାରଣରୁ ଗାଁ ଲୋକେ ଏହାକୁ କୁରାଢ଼ିରେ ହାଣି ଭାଗବଣ୍ଟା କରିଥାନ୍ତି ।

machli.jpg

ସ୍ଥାନୀୟ ଭାଷାରେ ଏହି ମାଛର ନାମ ହେଉଛି ବୋଧ । ଏହା ଛତିଶଗଡ଼ର ଇନ୍ଦ୍ରାବତୀ ନଦୀରେ ମିଳିଥାଏ । ଏହି ମାଛର ପ୍ରଜାତି ବର୍ତ୍ତମାନ ବିଲୁପ୍ତ ହେବାରେ ଲାଗିଛନ୍ତି । କାରଣ ଏହାକୁ ମତ୍ସ୍ୟଜୀବୀ ମାନେ ନିଜର ଜୀବିକା ପାଇଁ ଧରିଥାନ୍ତି ଓ ବଜାରରେ ବିକ୍ରି କରିଦେଇଥାନ୍ତି ।

ଏହି ମାଛକୁ ବସ୍ତରର ସାର୍କ କୁହାଯାଇଥାଏ । ବୋଧ ମାଛର ବୈଜ୍ଞାନିକ ନାମ ହେଉଛି ବୋମରୀୟସ, କାରଣ ଏହି ମାଛ ବିନା ପାଣିରେ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ଜୀବିତ ରହିପାରେ । ସେଥିପାଇଁ ଅନେକ ଗ୍ରାହକ ଏହାକୁ ଜୀବିତ କିଣି ନେଇଥାନ୍ତି । ଏହି ମାଛ ଏତେ ବଡ଼ ହୋଇଥାଏ ଯେ ଏହାକୁ ଯଦି କେହି ଗ୍ରାମବାସୀ ଧରନ୍ତି ତାହେଲେ ଏହାକୁ କୁରାଢ଼ିରେ ହାଣି ତାର ଭାଗବଣ୍ଟା କରିଥାନ୍ତି । ଠିକ ସେହିପରି କେଉଟ ମଧ୍ୟ ଏହାକୁ କାଟି ବିକ୍ରି କରିଥାଏ ।