ସମ୍ବଲପୁର: ପୁଣି ଭିସୁଟରେ ର‍୍ୟାଗିଂ, ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁର ଭିସୁଟ୍‌ରେ ଛାତ୍ରଙ୍କୁ ର‍୍ୟାଗିଂ ଅଭିଯୋଗ । ଜୁନିୟର ଛାତ୍ରଙ୍କୁ ସିନିୟର ଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଜଣେ ପ୍ରଥମ ବର୍ଷର ଛାତ୍ର ଏହି ଅଭିଯୋଗ ଆଣିଛନ୍ତି। ଛାତ୍ର ଜଣଙ୍କ ଏକ ଭିଡିଓ ଜାରି କରି ଅଭିଯୋଗ କରିଛନ୍ତି । ମଙ୍ଗଳବାର ଦିନ ଛାତ୍ର ଜଣକ କ୍ଲାସ ସାରି ହଷ୍ଟେଲକୁ ଆସୁଥିବା ବେଳେ ୧୦ରୁ ୧୨ଜଣ ସିନିୟର ତାଙ୍କୁ ଡ୍ରେସ୍‌ କୋଡ ପାଇଁ ମାଡ଼ ମାରିଛନ୍ତି ବୋଲି ସେ କହିଛନ୍ତି । ସର୍ବ ସମ୍ମୁଖରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି। ଛାତ୍ର ଜଣଙ୍କ ଏକ ଭିଡିଓ ଜାରି କରି ଅଭିଯୋଗ ଆଣିବା ପରେ ପ୍ରଥମବର୍ଷର ଛାତ୍ରମାନେ ରହୁଥିବା ହଷ୍ଟେଲର ଗେଟ୍‌ରେ ତାଲା ପକାଇ ଦିଆଯାଇଛି। ଯେଉଁ ପିଲାମାନେ ଛାତ୍ରମାନଙ୍କୁ ମାଡ଼ ବା ର‍୍ୟାଗିଂ କରିଥିବା ଅଭିଯୋଗ ଆସୁଛି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିସୁଟ୍‌ର ଭିସି କହିଛନ୍ତି।