ଏଠାରେ ଲୋକମାନେ କରନ୍ତି ଭଗବାନଙ୍କ ନାମରେ ଅଭିଯୋଗ, ଦେବା ଦେବୀଙ୍କୁ ମିଳିଥାଏ ଭୟଙ୍କର ଦଣ୍ଡ

ଯେତେବେଳେ ଆମେ କୌଣସି ପରିସ୍ଥିତିରେ ଅସହାୟ ଅନୁଭବ କରିଥାଉ ସେତେବେଳେ ଆମେ ଭଗବାନଙ୍କୁ ମନେ ପକାଇଥାଉ । ନଚେତ ଆମକୁ ଯେତେବେଳେ କୌଣସି କଷ୍ଟ ହୋଇଥାଏ ସେତେବେଳେ ଆମେ ଅଭିଯୋଗ କରିବା ପାଇଁ ଭଗବାନଙ୍କ ନିକଟକୁ ଯାଇଥାଉ । ବେଳେବେଳେ ଏପରି ହୁଏ ଯେ ଜୀବନରେ ଏପରି କିଛି ଦୁଃଖ ଆସିଥାଏ ଯେତେ ଚେଷ୍ଟା କରି ମଧ୍ୟ ଆମେ ସେଥିରୁ ମୁକ୍ତି ପାଇ ପାରିନଥାଉ । ସବୁ ଚେଷ୍ଟା ପରେ ଶେଷରେ ମଣିଷ ଭଗବାନଙ୍କ ନିକଟରେ ହାତ ପତାଇଥାଏ ଏବଂ ଯେତେବେଳେ ଭଗବାନବି ଦୁଃଖ ନଶୁଣନ୍ତି ସେତେବେଳେ ଆମେ ରାଗିକି ଭଗବାନଙ୍କୁ ଗାଳି କରିଥାଉ ।

ତେବେ ଆଜି ଆମେ ଆପଣଙ୍କୁ ଭାରତରେ ସ୍ଥିତ ଏକ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭଗବାନଙ୍କୁ ଦଣ୍ଡ ଦେବା ପାଇଁ ଅଦାଲତ ବସିଥାଏ । ଏହି ଅଦାଲତରେ ଭଗବାନଙ୍କ ଉପରେ ଲାଗିଥିବା ଆରୋପ କୁହାଯାଇଥାଏ ଏବଂ ତାଙ୍କୁ ସେଠାକୁ ଅଣାଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭଗବାନ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆଯାଇଥାଏ । ଏହି ଦଣ୍ଡ ମଧ୍ୟରେ ଭଗବାନଙ୍କୁ ମନ୍ଦିରରୁ ନିଷ୍କାସିତ କରିବା ଠାରୁ ଆରମ୍ଭ କରି ମୃତ୍ୟଦଣ୍ଡ ପର୍ଯ୍ୟନ୍ତ ସଜା ଶୁଣାଯାଇଥାଏ ।

Image result for temple-in-chhattisgarh-where-god-get-punishment

ଛତିଶଗଡ଼ର ବସ୍ତର ଜିଲ୍ଲାରେ ରହିଛି ଭଙ୍ଗାରାମ ନାମକ ଏକ ଦେବୀ ମନ୍ଦିର । ଏଠାରେ ପ୍ରତିବର୍ଷ ଭାଦ୍ରବ ମାସରେ ଏକ ଯାତ୍ରାର ଆୟୋଜନ କରାଯାଇଥାଏ । ସେଥିରେ ଏହି ଅଂଚଳରେ ଥିବା ୫୫ଟି ଗ୍ରାମର ସମସ୍ତ ଦେବାଦେବୀଙ୍କୁ ପ୍ରଥମେ ଆରାଧନା କରାଯାଇଥାଏ । ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ଯାତ୍ରାରେ ସବୁ ଗ୍ରାମର ଲୋକ ନିଜ ନିଜର ଭଗବାନଙ୍କୁ ଏହି ସ୍ୱତନ୍ତ୍ର ଅଦାଲତକୁ ଆଣିଥାନ୍ତି ।

ଏଠାକୁ ଆସୁଥିବା ଲୋକ ନିଜକୁ ନ୍ୟାୟ ଦେବାପାଇଁ ଭଙ୍ଗାରାମ ଦେବୀଙ୍କୁ ଗୁହାରି କରିଥାନ୍ତି । ଏହାପରେ ଭଙ୍ଗାରାମ ଦେବୀଙ୍କ ପୂଜାରୀ ଅଚେତ ହୋଇଯାଏ । ସେଠାକାର ଲୋକଙ୍କ କହିବା ଅନୁଯାୟୀ ସ୍ୱୟଂ ଭଙ୍ଗାରାମ ଦେବୀ ପୂଜାରୀ ଭିତରେ ପ୍ରବେଶ କରି ନିଜର ରାୟ ଶୁଣାଇଥାନ୍ତି । ସୂଚନା ଅନୁଯାୟୀ ଏଠାରେ ଦେବୀ ଦେବତାଙ୍କୁ ମନ୍ଦିରରୁ ଛଅ ମାସ ପର୍ଯ୍ୟନ୍ତ ବାହାର କରିବାଠୁ ନେଇ ମୃତ୍ୟୁଦଣ୍ଡ ଓ ଜେଲଦଣ୍ଡ ମଧ୍ୟ ଶୁଣାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.