Below header

କେତେ ତତ୍ପର ଆମ ଶିକ୍ଷା ଅଧିକାରୀ, ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ଦଶମ ଶ୍ରେଣୀ ପିଲାଙ୍କୁ ବହି ବାଣ୍ଟିବାକୁ ନିର୍ଦ୍ଦେଶ

କଟକ (କେ ନ୍ୟୁଜ୍‌) : ଆମ ଶିକ୍ଷା ବ୍ୟବସ୍ଥା ଏମିତି । ଏଇ ଚିଠିଟିକୁ ଟିକେ ଭଲ କରି ଦେଖନ୍ତୁ । କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଫେବ୍ରୁଆରୀ ୩ ତାରିଖରେ ଜିଲ୍ଲର ସମସ୍ତ ସରକାରୀ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ନିକଟକୁ ପଠା ଯାଇଛି । ଏଥିରେ ନିର୍ଦ୍ଦେଶ ରହିଛି ସ୍କୁଲର ଅନୁସୂଚିତ ଜାତି ଓ ଜନଜାତିର ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କର । ଫେବ୍ରୁଆରୀ ୧୨ରୁ ୧୫ ତାରିଖ ମଧ୍ୟରେ ଏସବୁ ପୁସ୍ତକ ପିଲାମାନଙ୍କୁ ବଣ୍ଟନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।
କଣ କିଛି ବୁଝି ପାରୁଛନ୍ତି କି ? ନବମ ଶ୍ରେଣୀ ପିଲାଙ୍କୁ ପୁସ୍ତକ ବଣ୍ଟା କଥା କିଛି ବୁଝି ହେଉଛି । ହେଲେ ଦଶମ ଶ୍ରେଣୀ ପିଲାଏ ପାଠ୍ୟ ପୁସ୍ତକ ନେଇ କଣ କରିବେ । ପରୀକ୍ଷା ପରା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଛି ? ସତରେ ଧନ୍ୟ କହିବ ଆମ ଶିକ୍ଷା ବିଭାଗକୁ । ଆଉ ସେମାନଙ୍କ ତତ୍ପରତାକୁ ।

LETTER

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.