Below header

କଲିଠାରୁ ବଜେଟ ଅଧିବେଶନ, ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରହିବ ବିଧାନସଭା ଚତୁଃପାର୍ଶ୍ବ

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ପୋଲିସ ଡିଜି ଅଭୟ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ବିଧାନସଭା ପରିସର ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବୁଲି ଦେଖିଛନ୍ତି । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଡିସିପି ଅନୁପ ସାହୁ ମଧ୍ୟ ସାମିଲ ଥିଲେ । ବମ୍‌ ସ୍କ୍ଵାଡ, ଡଗ୍‌ ସ୍କ୍ଵାଡ ମଧ୍ୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଅଧିବେଶନ ପାଇଁ ରୁଫ ଟପ୍‌ରେ ରହିବେ ବନ୍ଧୁକଧାରୀ ପୋଲିସ । ଷ୍ଟ୍ରାଇକିଂ ଫୋର୍ସ, ଏସଓଜି ଯବାନ ଓ କୁଇକ ରେସପନ୍‌ସ ଟିମ୍‌ ମୁତୟନ ହେବ । ବଜେଟ ଅଧିବେଶନ ପାଇଁ ଦୁଇଟି ସଂସ୍ଥା ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ଗୋଟିଏ ପଟେ ଓଡ଼ିଶା ପୋଲିସର ଗୁଇନ୍ଦା ସଂସ୍ଥା ଓ ଅନ୍ୟଟି କମିଶନରେଟ ପୋଲିସ । ଲୋୟର ପିଏମଜିରେ ଧାରଣାକାରୀଙ୍କ ଉପରେ ରହିବ କଡ଼ା ନଜର । ପିଏମଜି ବିକ୍ଷୋଭ ସ୍ଥଳରୁ ନଜର ରଖିବ ସିସିଟିଭି କ୍ୟାମେରା । ବାରିକେଡ ବ୍ୟବସ୍ଥା ମଧ୍ୟ ହୋଇଛି । ବିଧାନସଭା ଚାରିପଟେ କଡ଼ା ପହରା ଦେବେ ପୋଲିସ ଫୋର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.