Below header

ବିଜ୍ଞାନର ଚମତ୍କାର: ଚାରିବର୍ଷ ପୂର୍ବେ ମରିଯାଇଥିବା ଝିଅକୁ ପୁଣିଥରେ ଦେଖିପାରିଲେ ମା, ଆଉ ତାପରେ ହେଲା କିଛି ଏପରି

କଣ ଆପଣ କେବେ କୌଣସି ମୃତ ବ୍ୟକ୍ତିଙ୍କୁ ଦ୍ଵିତୀୟଥର ପାଇଁ ଦେଖା କରିପାରିବେ ? ଆପଣଙ୍କ ଉତ୍ତର ନିଶ୍ଚିତ ଭାବେ ନା ହେବ, କାରଣ ଏହା ସମ୍ଭବ ନୁହେଁ ବୋଲି ଆପଣ କହିବେ । ତେବେ ବର୍ତ୍ତମାନ ବିଜ୍ଞାନ ଏହାକୁ ସମ୍ଭବ ବୋଲି ପ୍ରମାଣିତ କରିଛି । ନିକଟରେ ଜଣେ ମା ବିଜ୍ଞାନର ଏହି ଚମତ୍କାର ଦ୍ୱାରା ନିଜ ମୃତ ଝିଅ ସହିତ ପୁଣିଥରେ ଦେଖା କରିପାରିଛନ୍ତି । ଯିଏକି ଏକ ଅଜଣା ରୋଗରେ ଚାରି ବର୍ଷ ପୂର୍ବେ ମରିଯାଇଥିଲେ ।

मृत बेटी से दोबारा मिली मां

ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଦକ୍ଷିଣ କୋରିଆରେ । ଏକ କୋରିଆନ ଟିଭି ଶୋ ଯାହାର ନାମ ଥିଲା ‘ମିଟିଙ୍ଗ ୟୁ’ ସେଥିରେ ହିଁ ଏହି ମା ଝିଅଙ୍କର ମିଳନ ହୋଇଥିଲା । ତେବେ ଏହିସବୁ ଏକ କାରଣରୁ ହୋଇପାରିଥିଲା ଯାହାଥିଲା ଆଜିର ବୈଜ୍ଞାନିକ ଟେକ୍ନୋଲୋଜି । ଏହି ଶୋ’ ଜରିଆରେ ମା ଓ ଝିଅ ପରସ୍ପରକୁ ଛୁଇଁଥିଲେ । କଥା ହୋଇଥିଲେ ଏବଂ ମା ଝିଅକୁ ବହୁତ ଗେଲ କରିଥିଲେ ।

मृत बेटी से दोबारा मिली मां

ମୃତ ଝିଅଟି ମା’କୁ ପ୍ରତିଜ୍ଞା କରିଥିଲେ ଯେ ସେ ପୁଣିଥରେ ତାଙ୍କୁ ଦେଖା କରିବାକୁ ଆସିବେ । କାରଣ ବର୍ତ୍ତମାନ ତାଙ୍କୁ ପୂର୍ବରୋଗ ପାଇଁ ଯନ୍ତ୍ରଣା ହେଉନାହିଁ ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି କୋରିଆନ ମାଙ୍କର ନାମ ହେଉଛି ‘ଜାଙ୍ଗ ଜି ସୁଙ୍ଗ’ ଏବଂ ଝିଅର ନାମ ‘ନେଇୟାନ’ । ଏମାନଙ୍କର ସାକ୍ଷାତ ଟିଭି ଶୋ’ରେ ଭର୍ଚୁଆଲ ରିଆଲିଟି ଦ୍ୱାରା ହୋଇଥିଲା । ଭର୍ଚୁଆଲ ରିଆଲିଟି ଏକ କୃତ୍ରିମ ବାତାବରଣ ବା ଦୃଶ୍ୟ ଅଟେ ଯାହାକୁ କମ୍ପ୍ୟୁଟରର ହାର୍ଡ଼ୱେୟାର ଉପକରଣ ଏବଂ ସଫ୍ଟୱେୟାର ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ । ଏହା ଏପରି ଭାବେ ପ୍ରସ୍ତୁତ କରାଯାଇଥାଏ ଯେପରି ସେ ପ୍ରକୃତରେ ସତ ମଣିଷ ଅଟେ । ଏହି ଟେକନିକ ଦ୍ୱାରା ମା’ ଟି ନିଜ ମୃତ ସନ୍ତାନ ସହ କଥାବାର୍ତ୍ତା ହୋଇପାରିଥିଲେ । ଛୁଇଁବା ସହିତ ତାକୁ ଗେଲ ମଧ୍ୟ କରିପାରିଥିଲେ ।

मृत बेटी से दोबारा मिली मां

ଭର୍ଚୁଆଲ ରିଆଲିଟି ଦ୍ୱାରା ଜାଙ୍ଗ ଜି ସୁଙ୍ଗଙ୍କ ଝିଅର ଶରୀର ପୁଣିଥରେ ଗଢାଯାଇଥିଲା । ସେଥିରେ ତାର ସ୍ୱର ଦିଆଯାଇଥିଲା । ଏହାକୁ ଠିକ ସେହିପରି ପ୍ରସ୍ତୁତ କରାଯାଇଥିଲା ଯେପରି ସେ ପ୍ରକୃତରେ ଦେଖାଯାଉଥିଲେ । ଏହା 7D ଟେକ୍ନୋଲୋଜି ଦ୍ୱାରା ସମ୍ଭବ ହୋଇପାରିଥିଲା ଯେଉଁଥିରେ ଆପଣ ଏହାକୁ ଏକ ପ୍ରକୃତ ମଣିଷ ପରି ଅନୁଭବ କରିପାରିବେ । ଏହି ଶୋ ମାଧ୍ୟମରେ ମାଙ୍କୁ ପଚରା ଯାଇଥିଲା କଣ ଆପଣ ନିଜ ଝିଅକୁ ମନେ ପକାଉଛନ୍ତି । ଉତ୍ତରରେ ସେ କହିଥିଲେ ସବୁବେଳେ ମନେପଡୁଛି । ଏହା ଶୁଣି ଝିଅ ମଧ୍ୟ କହିଥିଲା ଯେ ‘ମା ମୁଁ ବି ଆପଣଙ୍କୁ ମନେ ପକାଉଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.