ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜେଡିରୁ ବିଦା ହେଲେ ଅନୁପ ସାଏ,ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆସିବା ପରେ ସୁପ୍ରିମୋଙ୍କ କାର୍ଯ୍ୟାନୁଷ୍ଠାନ

କେନ୍ୟୁଜ୍(ବ୍ୟୁରୋ):  ପଦରୁ ବିଦା ହେଲେ ଅନୁପ ସାଏ । ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବିଦାହେଲେ ଅନୁପ ସାଏ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଛତିଶଗଡ଼ ଚକ୍ରଧରନଗର ଥାନା ପୋଲିସ । ରାଇଗଡ଼ ଏସପି SP ସୁଶାନ୍ତ ସିଂ କହିଛନ୍ତି, ଘଟଣାରେ ଅନୁପ ସଂପୃକ୍ତ ଥିବା ନେଇ ଅଧିକ ତଥ୍ୟ ମିଳୁଛି । ଅନୁପ ସାଏ ଗିରଫ ହେବା ନେଇ ଅଧିକ ସମ୍ଭାବନା ରହିଛି । ୨୦୧୬ ମସିହାରେ ଘଟିଥିବା ଡବଲ ମର୍ଡର ମାମଲାରେ ଗତକାଲି ରାତିରେ ଅନୁପଙ୍କୁ ଝାରସୁଗୁଡ଼ା ବାସଭବନ ସ୍ଥିତ ସାଇ ମନ୍ଦିରରୁ ଉଠାଇ ନେଇଥିଲା ପୋଲିସ । ୨୦୧୬ ମସିହାରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତ ରାୟଗଡ଼ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ସେତେବେଳେ ମାଆ କଳ୍ପନା ଦାସ ଓ ଝିଅ ପ୍ରଭାତୀ ଦାସ ଦୁଇ ଜଣଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତାଙ୍କୁ ହାଜର ହେବାକୁ ରାଇଗଡ଼ ପୋଲିସ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସେ ହାଜର ନ ହେବାରୁ ତାଙ୍କୁ ଗତରାତିରୁ ଅଟକ ରଖି ପଚରାଉଚରା କରାଯାଉଥିବା ରାଇଗଡ଼ ପୋଲିସ ପକ୍ଷରୁ ଝାରସୁଗୁଡ଼ା ପୋଲିସକୁ ସୂଚନା ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.