ନିର୍ଭୟା ମାମଲା : ବିନୟ ପିଟିସନ୍‌ର ଶୁଣାଣି ଶେଷ, କାଲି ଆସିବ ରାୟ

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ଭାଇରସ୍‌ର ଭୟ ଯେତିକି ବଢ଼ି ବଢ଼ି ଚାଲିଛି ସେପଟେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଚାରିଜଣଙ୍କ ଫାଶି ସେତିକି ଗଡ଼ି ଚାଲିଛି । ପ୍ରକୃତରେ ଦୋଷୀମାନଙ୍କୁ କେବେ ଫାଶୀ ହେବ କିମ୍ବା ଆଦୌ ହେବ କି ନାହିଁ ସେ କଥା କେହି କହି ପାରୁ ନାହାନ୍ତି । ଏହା ଭିତରେ ଆଜି ଅନ୍ୟତମ ଦୋଷୀ ବିନୟ ଆବେଦନର ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ହେଲେ ଆବେଦନକୁ ରାଷ୍ଟ୍ରପତି ଖାରଜ କରି ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ବିନୟ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛି ।

ଶୁଣାଣି ପରେ ରାୟ ସଂରକ୍ଷିତ ରଖି ଆସନ୍ତା କାଲି ଅପରାହ୍ନ ୨ଟା ବେଳେ ରାୟ ଶୁଣାଇବେ ସୁପ୍ରିମ୍‌ କୋର୍ଟ କହିଛନ୍ତି ।
ସେପଟେ ଦୋଷୀଙ୍କ ଓକିଲ ଏ.ପି. ସିଂହ ଦୋଷୀମାନଙ୍କ ଫାଶୀକୁ ଏଡ଼ାଇବା ପାଇଁ ବିଭିନ୍ନ କୌଶଳ ଗ୍ରହଣ କରୁଛନ୍ତି । ଯାହାଫଳରେ ଚଳିତ ମାସ ମଧ୍ୟ ଫାଶୀ ହେବାର ସମ୍ଭାବନା ନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.