ଦବିଲା ହରିଦାସପୁର-ମାର୍ଶାଘାଇ ନିର୍ମାଣଧୀନ ରେଳଲାଇନ, ନିମ୍ନମାନର କାମ ନେଇ ଆସିଲା ଅଭିଯୋଗ
କେନ୍ୟୁଜ୍(ବ୍ୟୁରୋ): ଦବିଲା ହରିଦାସପୁର ମାର୍ଶାଘାଇ ନିର୍ମାଣଧୀନ ରେଳଲାଇନ। ମାର୍ଶାଘାଇ ଥାନା ଗୋସେଇଁବନ୍ଧ ନିକଟରେ ରେଳ ଲାଇନଟି ୨୦୦ ମିଟର ଲମ୍ବରେ ୨୦ ପୁଟ ତଳକୁ ଧସି ଯାଇଛି। ଏହି ରେଳ ଲାଇନ ଧସିଯିବା ଫଳରେ ୩ଟି ପରିବାର ପ୍ରଭାବିତ ହୋଇଛନ୍ତି। ଘର ଗୁଡିକରେ ମାଟି ମାଡି ଆସିଛି ଓ ଛାତ ଘର ଗୁଡିକର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣା ପଡିଛି। ନିମ୍ନମାନର କାମ ପାଇଁ ଏଭଳି ଘଟଣା ଘଟିଥିବାର ଗ୍ରାମବାସୀମାନେ କହିଛନ୍ତି । ପୂର୍ବରୁ ଏହି ନିମ୍ନମାନର କାମକୁ ବିରୋଧ କରି ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଗ୍ରାମବାସୀ । କିନ୍ତୁ ପ୍ରଶାସନ ଗ୍ରାମବାସୀଙ୍କର କଥାକୁ କର୍ଣ୍ଣପାତ କରିନଥିବାରୁ ଏଭଳି ଘଟଣା ଘଟିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ପରେ ପ୍ରଶାସନ ତରଫରୁ ଯଦି ତ୍ବରିତ ପଦକ୍ଷେପ ନିଆନଯାଏ ତେବେ ଜିଲ୍ଲାପାଳଙ୍କ ଅଫିସ ଆଗରେ ସମୂହ ଆତ୍ମାହୂତି ଦେବାକୁ ପ୍ରଭାବିତ ପରିବାର କହିଛନ୍ତି।