“ପାଖରେ ଶୋଇବା ପାଇଁ କହି ବାରମ୍ବାର ଦୁଷ୍କର୍ମ କରୁଥିଲେ ବାପା” ଝିଅ ମୁଁହରୁ ଶୁଣି ଏପରି କରି ବସିଲେ ମା

“ବାପା ପାଖରେ ଶୋଇବା ପାଇଁ କହି ବାରମ୍ବାର ଦୁଷ୍କର୍ମ କରନ୍ତି” । ନିଜ ଝିଅର ମୁଁହରୁ ଏପରି ଭୟଙ୍କର ସତ୍ୟ ଶୁଣିବା ପରେ ମା’ ସ୍ତମ୍ଭିଭୂତ ହୋଇପଡିଥିଲେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁରୁଗାଁଓରେ । ପୀଡିତା ହେଉଛନ୍ତି ଜଣେ ନାବାଳିକା । ନିଜ ମା କାମରୁ ଫେରିବା ପରେ ନାବାଳିକା ଜଣକ ମା’ଙ୍କ ଆଗରେ ଏପରି କହିଥିଲେ । ଯାହା ଶୁଣିବା ମା’ଙ୍କ ପାଦତଳୁ ମାଟି ଖସିଯାଇଥିଲା । ନାବାଳିକାଙ୍କୁ କହିବା ଅନୁଯାୟୀ ପିତା ତାଙ୍କୁ ଛୁରୀ ଦେଖାଇ ଜୋର ଜବରଦସ୍ତି ଦୁଷ୍କର୍ମ କରୁଥିଲେ ।

ରାକ୍ଷସ ବାପ ଜଣକ ନିଜ ଝିଅକୁ ଜୀବନରୁ ମାରିଦେବା ପାଇଁ ବାରମ୍ବାର ଧମକ ଦେଉଥିଲେ । ଝିଅଟି ନିଜ ମା’ଙ୍କୁ ଯେଉଁ ଭୟଙ୍କର ତଥ୍ୟ ଦେଇଥିଲେ ସେହି ଆଧାରରେ ପୋଲିସରେ ମାମଲା ରୁଜୁ କରାଇଛନ୍ତି । ସୂଚନା ଅନୁଯାୟୀ ଝିଅଟିର ବାପା ପ୍ରାୟତଃ ଗଞ୍ଜେଇ ପିଇଥାନ୍ତି ଓ ଗଂଜେଇ ନିଶାରେ ଅନେକଥର ଝିଅକୁ ଛୁରୀ ଦେଖାଇ ତାସହିତ ଦୁଷ୍କର୍ମ କରନ୍ତି । ଏହାର ବିରୋଧ କଲେ ତାକୁ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥାନ୍ତି । କେବଳ ସେତିକି ନୁହେଁ ମୁଂହ ଖୋଲିଲେ ଛୋଟ ଭାଇକୁ ଛୁରୀରେ କାଟିଦେବ ବୋଲି ଧମକ ଦେଇଥାନ୍ତି । ଅଭିଯୁକ୍ତ ଜଣକ ଅଧିକାଂଶ ସମୟ ଝିଅକୁ ନିଜ ପାଖରେ ଶୁଆଇବା ପାଇଁ ଜିଦି କରନ୍ତି ବୋଲି ମା ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ପସ୍କୋ ଆକ୍ଟ ଅନୁଯାୟୀ ସେକ୍ସନ 6 ଏବଂ ଭାରତୀୟ ଦଣ୍ଡ ବିଧାନ ଧାରା 506 ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛନ୍ତି । ପୋଲିସର କହିବା ଅନୁଯାୟୀ ଝିଅଟି ନିଜ ବାପାଙ୍କ ବିଷୟରେ ସର୍ବପ୍ରଥମେ ନିଜ ମାଙ୍କୁ ଜଣାଇଥିଲେ କିନ୍ତୁ ଥାନାରେ ଅଭିଯୋଗ ପରେ ଏବେ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.