Below header

ଦାରିଙ୍ଗବାଡ଼ି : ଏବେବି ପଥର ଖୋଲରୁ ବାହାରୁଛି ଡିଜେଲ୍‌, ଜଣାପଡୁ ନାହିଁ କେଉଁଠୁ ଆସୁଛି ଓ କଣ କାରଣ

ଦାରିଙ୍ଗବାଡ଼ି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲଦପାଙ୍ଗା ବିଲ ନିକଟ ପଥର ଖୋଲରୁ ଡିଜେଲ୍ ବାହାରିବା ଘଟଣାକୁ ବିତିଲାଣି ପାଞ୍ଚଦିନ । ଘଟଣା ପ୍ରଘଟ ହେବାପରେ ନିକଟସ୍ଥ ପେଟ୍ରୋଲ ପମ୍ପରୁ ଡିଜେଲ୍ ଲିକ୍ ନେଇ ସନ୍ଦେହ ଉପୁଜିଥିଲା । ଏହାପରେ ବିପିସିଏଲ୍ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଏଠାକାର ଭାରତ ପେଟ୍ରୋଲ ପମ୍ପ ଆଜି ଯାଏ ବନ୍ଦ ରହିଛି । ଘଟଣାର ପରଦିନ ବିପିସିଏଲ୍‌ର ଜଣେ କର୍ମଚାରୀ ଦାରିଙ୍ଗବାଡି ଆସି ଗେଜ୍ ମାପିବା ସହ ପ୍ରେସର ଚେକ୍ କରି ଫେରିଥିଲେ ହେଲେ ଆଜି ଯାଏ ପଥର ଖୋଲରୁ ଡିଜେଲ୍ ବାହାରୁଥିବା ଲୋକେ କହୁଛନ୍ତି ।

DEISEL-2ଆଜି ପୁଣି ବିପିସିଏଲ୍ ପକ୍ଷରୁ କିଛି କର୍ମଚାରୀ ଦାରିଙ୍ଗବାଡି ଭାରତ ପେଟ୍ରୋଲ ପମ୍ପରେ ପହଁଚି ଫାଇପ୍ ଲାଇନ୍ ଖୋଳା ଆରମ୍ଭ କରିଛନ୍ତି । ସମ୍ପୂର୍ଣ୍ଣ ଯାଞ୍ଚ୍ ପରେ ପ୍ରକୃତରେ ଟାଙ୍କିରୁ ଲିକ୍ ଅଛି ନା ଅନ୍ୟ କଣ କାରଣ ଜଣାପଡିବ ବୋଲି କହିଛନ୍ତି ପେଟ୍ରୋଲ ପମ୍ପ ମାଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.