Below header

ଅଦାଲତରେ ହାଜର ହୋଇ ସାକ୍ଷୀ ଦେଲା JCB , କାରଣ ଜାଣି ଆପଣ ବି ହସି ହସି ଗଡ଼ିଯିବେ

କୌଣସି ଏକ ନିର୍ଜୀବ ଯାନକୁ ଯେ ଅଦାଲତରେ ହାଜିର ହୋଇ ସାକ୍ଷୀ ଦେବାକୁ ପଡିବ ସେଭଳି ଘଟଣା ହୁଏତ ଆପଣ କୌଣସି ସିନେମା କିମ୍ବା ଟିଭି ସିରିଏଲରେ ହିଁ ଦେଖିଥିବେ । ବାସ୍ତବ ଜୀବନରେ କାହିଁକି ବା ଏମିତି ଘଟଣା ଘଟିବ । କିନ୍ତୁ ଏମିତି ହିଁ ଏକ ସମାନ ଧରଣର ଘଟଣା ନିକଟରେ ବିହାର ରାଜ୍ୟର ବାଙ୍କା ଜିଲ୍ଲାର ଅଦାଲତରେ ହିଁ ଘଟିଛି । ଏମିତିକି ବୁଧବାର ଏକ ଘଟଣାର ଶୁଣାଣି ସମୟରେ ଏକ ଜେସିବି ଗାଡିକୁ କୋର୍ଟ ପରିସରରେ ହାଜିର ହେବାକୁ ପଡିଛି । ଅଦାଲତ ପରିସରରେ ଜେସିବି ଗାଡିକୁ ଦେଖି ସେଠାରେ ଉପସ୍ଥିତ ଥିବା ଜନତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଖାଲି ଜନତା ନୁହେଁ ଓକିଲ, ଜଜଙ୍କର ଜେସିବି ଦେଖି ବିସ୍ମିତ ହୋଇଯାଇଥିଲେ ।

adalat

ପ୍ରକୃତରେ ଘଟଣା ଟିର ଅରମ୍ଭ ହୋଇଥିଲା ଏହିପରି । ଗତ ବର୍ଷ ଜୁଲାଇ ମାସ ୧୬ ତାରିଖରେ ବାଙ୍କା ଜିଲ୍ଲାର ଶିକାରୀପଡା ଗାଁ ନିକଟରେ ଏକ ବେସରକାରୀ କମ୍ପାନୀ ଜରିଆରେ ରାସ୍ତାକାମ ଚାଲୁଥିଲା । ସେହି ସମୟରେ କାମ ଦାୟିତ୍ୱରେ ଥିବା ଜଣେ ୪୦ ବର୍ଷ ବୟସ୍କ କମ୍ପାନୀ ସୁପରଭାଇଜର ଜିତେନ୍ଦ୍ର ମିଶ୍ରଙ୍କୁ ଜେସିବି ଅପରେଟର ଆକ୍ରମଣ କରି ହତ୍ୟା କରିଥିଲେ । ହତ୍ୟା ପରେ ହତ୍ୟାକାରୀ ଚାଳକ ଫେରାର ହୋଇଯାଇଥିଲେ । ପରେ ତଦନ୍ତରୁ ହତ୍ୟାର କାରଣ ପୂର୍ବ ଶତ୍ରୁତା ବୋଲି ଜଣା ପଡିଥିଲା । କୌଣସି ଏକ ଘଟଣାରୁ କେନ୍ଦ୍ର କରି ଦୁହିଁଙ୍କ ଭିତରେ ଖୁବ ଯୁକ୍ତି ତର୍କ ବି ହୋଇଥିଲା । ସେହି ସମୟରେ ଉତ୍ୟକ୍ତ ହୋଇ ଜେସିବି ଡ୍ରାଇଭର ଜଣକ ସୁପରଭାଇଜରଙ୍କୁ ଆକ୍ରମଣ କରିଥିଲେ ।

କିନ୍ତୁ ଘଟଣା ସମୟରେ ସେଠାରେ ଦୁହିଁଙ୍କ ବ୍ୟତୀତ ଆଉ କେହି ମଧ୍ୟ ଉପସ୍ଥିତ ନଥିଲେ । ଏହି ମାମଲା କିଛି ଦିନ ହେବ ଅଦାଲତରେ ଚାଲିଛି । କିନ୍ତୁ ସାକ୍ଷୀ ଭାବେ ସେଠାରେ କେହି ମଧ୍ୟ ଉପସ୍ଥିତ ନଥିବାରୁ ଜଜ ଜେସିବି ଗାଡିକୁ ଅଦାଲତରେ ଉପସ୍ଥିତ ରହିବାକୁ ମାନ୍ୟବର ବିଚାର ପତି ଆଦେଶ ଦେଇଥିଲେ । ଜଜଙ୍କ ନିର୍ଦ୍ଦେଶ ଅନୁଯାୟୀ ଧାର୍ଯ୍ୟ ତାରିଖରେ ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କ ସାହାଯ୍ୟରେ ଜେସିବି ଗାଡିକୁ ଅଦାଲତ ପରିସରକୁ ଅଣା ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.