ରାତି ହେବା ମାତ୍ରେ ହୋଇଯାଇଥାଏ ଶୂନଶାନ, ଅନେକ ଲୋକଙ୍କ ମୃତ୍ୟୁର କାହାଣୀ ନେଇ ଠିଆହୋଇଛି କଲାବନ୍ତି ଦୁର୍ଗ
ଦେଶରେ ରାଜା ମହାରାଜାମାନେ ଅନେକ ଦୁର୍ଗ ନିର୍ମାଣ କରିଛନ୍ତି ଯାହା ଦେଖିବା ପାଇଁ ବହୁତ ଆକର୍ଷଣୀୟ ହୋଇଥାଏ କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଦୁର୍ଗ ରହସ୍ୟମୟ ମଧ୍ୟ ଅଟେ । ତେବେ ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ପ୍ରବଲଗଢ କିଲ୍ଲା । ଯାହାକି ମହାରାଷ୍ଟ୍ରର ମାଥେରାନ ଓ ପନବେଲ ମଧ୍ୟରେ ଅବସ୍ଥିତ । ଏହି କିଲ୍ଲା କଲାବନ୍ତି କିଲ୍ଲା ନାମରେ ପ୍ରସିଦ୍ଧ । ରାତି ହେଲାମାତ୍ରେ ବଦଳିଯାଇଥାଏ ଏହାର ମାହୋଲ । କୁହାଯାଏ ଏହା ଉପରୁ ପଡିବା କାରଣରୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇସାରିଛି ।
୨୩୦୦ ଫୁଟ ଉଚ୍ଚ ଏହି କିଲ୍ଲାକୁ ଗଲେ ଲୋକେ ସନ୍ଧ୍ୟା ହେବା ପୂର୍ବରୁ ହିଁ ଫେରିଆସନ୍ତି । ସିଧା ଚଢାଣ ହୋଇଥିବା କାରଣରୁ ମଣିଷ ଏଠାରେ ଅଧିକ ସମୟ ପର୍ଯ୍ୟନ୍ତ ରହିପାରେ ନାହିଁ । ସନ୍ଧ୍ୟା ହେବାମାତ୍ରେ ଦୂର ଦୂର ପର୍ଯ୍ୟନ୍ତ ଏଠାରେ ନୀରବତା ଛାଇ ରହିଥାଏ । ଏଠାରେ ପାହାଡକୁ କାଟି ସିଡ଼ି ପ୍ରସ୍ତୁତ କରାଯାଇଛି କିନ୍ତୁ ଏହି ସିଡ଼ି ଉପରେ ନା କୌଣସି ରସି ଅଛି ନା କୌଣସି ରୋଲିଂ । ଯେଉଁ କାରଣରୁ ପାଦ ଖସିଯାଇ ଏଠାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହିସ୍ଥାନ ଏବେ ଅଶୁଭ ହୋଇପଡିଛି । ଶହ ଶହ ଲୋକଙ୍କ ମୃତ୍ୟୁ କାରଣରୁ ଏଠାରେ ବର୍ତ୍ତମାନ ନକାରାତ୍ମକ ଶକ୍ତି ବାସ କରୁଛି । ଯାହାକି ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ସେଥିପାଇଁ ଅନେକ ଲୋକ ଏଠାରେ ଆତ୍ମହତ୍ୟା ମଧ୍ୟ କରିଥାନ୍ତି । ଏହି ଦୁର୍ଗକୁ ପୂର୍ବରୁ ମୁରଞ୍ଜନ ଦୁର୍ଗ ନାମରେ ଜଣା ଯାଉଥିଲା କିନ୍ତୁ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜତ୍ତ୍ୱ ସମୟରେ ଏହାର ନାମ ବଦଳାଇ ଦିଆ ଯାଇଥିଲା ।