Below header

ବିଧାନସଭାର ଆସନ୍ତା କାଲିଠାରୁ ବଜେଟ୍‌ ଅଧିବେଶନ, ବିଜେପି ପ୍ରସ୍ତୁତ କଲା ରଣନୀତି

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାର ବଜେଟ୍‌ ଅଧିବେଶନ ପାଇଁ ବିଜେପିର ରଣନୀତି । ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି । ଧାନର ଅଭାବୀ ବିକ୍ରି, ଆଇନଶୃଙ୍ଖଳା, ବିଦ୍ୟୁତ ବିଭାଗର ଅପାରଗତା ପ୍ରସଙ୍ଗ କରିବ ଦଳ । ସେହିପରି ପିଏମ୍‌ ଆବାସ ଯୋଜନା ପ୍ରସଙ୍ଗ ମଧ୍ୟ ଉଠାଇବ । ୨୦୨୧-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶାକୁ ୫ହଜାର ୨୯୬ କୋଟି ଟଙ୍କା ଅନୁଦାନ ମିଳିଛି । ହେଲେ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ସମସ୍ୟା ଯୋଗୁ ରେଳ ପ୍ରକଳ୍ପ କାମ ଦୀର୍ଘ ଦିନ ଅଟକି ରହିଛି । ଏହାକୁ ମଧ୍ୟ ବିଜେପି ଅଧିବେଶନରେ ଉଠାଇବ ବୋଲି କହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.