ଭୁଲରେ ଭୁଲ ହୋଇଗଲା ! ମାଟ୍ରିକ୍‌ ଛାତ୍ରଙ୍କ ଆଡମିଟ୍‌ କାର୍ଡ଼ରେ ଦକ୍ଷିଣୀ ହିରୋଇନ୍‌ଙ୍କ ଫଟୋ

ବାରିପଦା (କେ ନ୍ୟୁଜ୍‌) : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା । ଏଥିଲାଗି ଛାତ୍ର ଛାତ୍ରୀଙ୍କ ଆଡମିଟ୍‌ କାର୍ଡ଼ ଅନ୍‌ଲାନ୍‌ରେ ଛଡ଼ା ଯାଇଛି । ତେବେ ମୟୁରଭଞ୍ଜ ଜିଲ୍ଲାର ଜଣେ ଛାତ୍ର ତାଙ୍କ ଆଡମିଟ୍‌ କାର୍ଡ଼ ସିନା ପାଇଛନ୍ତି ହେଲେ ସେଥିରେ ତାଙ୍କ ଫଟୋ ନାହିଁ । ଛାତ୍ରଙ୍କ ଫଟୋ ବଦଳରେ ରହିଛି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ନାମୀ ହିରୋଇନ୍‌ ନୟନତାରାଙ୍କ ଫଟୋ । ବିଚରା ଛାତ୍ର ଜଣକ ଓ ତାଙ୍କ ଅଭିଭାବକ ଏବେ ଟେନ୍‌ସନ୍‌ରେ । ଫଟୋ ନବଦଳିଲେ ପରୀକ୍ଷା ଦେଇ ପାରିବେ ନାହିଁ ।
ଘଟଣା ଘଟିଛି ମୟୁରଭଞ୍ଜ ବୈଷିଙ୍ଗା ଅନ୍ତର୍ଗତ ରାଇକମାର ରଘୁନାଇ ହାଇସ୍କୁଲ ଛାତ୍ର ଅଭିଜିତ କବାଟଙ୍କ କ୍ଷେତ୍ରରେ । ତାଙ୍କ ନାମରୁ ଆରମ୍ଭ କରି ସ୍କୁଲ ନାମ ପର୍ଯ୍ୟନ୍ତ ସବୁ ଠିକ୍‌ ଅଛି । ରୋଲ୍‌ ନମ୍ବର ମଧ୍ୟ ଠିକ୍‌ ଭାବେ ଲେଖା ଅଛି । ହେଲେ ଫଟୋ ଜାଗାରେ ସୁନ୍ଦରୀ ନୟନତାରାଙ୍କ ମୁହଁ ଦିଶୁଛି ।
ଆମେ ଏ ନେଇ ରଘୁନାଥ ହାଇସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲୁ ହେଲେ ସେ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହେଲେ ନାହିଁ । ତେବେ ସମୟ ଥିବାରୁ ଅଭିଜିତଙ୍କ ଆଡମିଟ୍‌ କାର୍ଡ଼ ସଂଶୋଧନ ହୋଇଯିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.