ଭୟଙ୍କର ହେବ ଏବର୍ଷର ତାପମାତ୍ରା, ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନରେ କେତେ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଧିରେ ଧିରେ ବିଦାୟ ନେଉଛି ଶୀତ। ଏବେ ଦିନ ବେଳା ଅନୁଭୂତ ହେବାକୁ ଲାଗିଲାଣି ଗରମ।  ଜାନୁଆରୀରେ ପୁରା ଉତ୍ତର ଭାରତରେ ଭୟଙ୍କର ଥଣ୍ଡାର ଅନୁଭବ ହୋଇଥିଲା, ଏବେ ସେଠାରେ ଗରମ ଅନୂଭୁତ ହେବାର ଲାଗିଲାଣି। ୧୩ ଫେବୃଆରୀରେ ତାପମାତ୍ରା ବିଗତ ଦିନ ଠାରୁ ଟିକେ ଅଧିକ ଥିଲା । ଏହି ଉତ୍ତାପକୁ ଲକ୍ଷ କରାଯାଇ ଆକଳନ କରାଯାଉଛି ଯେ ଏବର୍ଷ ତାପମାତ୍ରା ବିଗତ ଦିନର ରେକର୍ଡ ଭାଙ୍ଗିପାରେ । ଯାହା ବିଶେଷଜ୍ଞଙ୍କ ଆକଳନରୁ ଜଣାପଡୁଛି।

global warm 2

ଏବେ ଏବେ ଆଇ ଆଇଟି ଖଡଗପୁରରେ ଏକ ଲମ୍ବା ଅଧ୍ୟୟନରୁ ଜଣା ପଡିଛି ଯେ  ଭାରତରେ ଗାଁରୁ ସହରରେ ତାପମାତ୍ରା ବଢୁଛି। ଏହାକୁ ବିଜ୍ଞାନ ଭାଷାରେ ‘ଅର୍ବାନ ହିଟ ଆଇଲାଣ୍ଡ’ କହାଯାଏ। ଖଡଗପୁର ଆଇଆଇଟିର ଅନୁସନ୍ଧାନକାରୀମାନେ ୧୬ ବର୍ଷ ପର୍ଯ୍ୟନ୍ତ ଦେଶର ୪୪ ସହରରେ ରିସର୍ଚ୍ଚ କରି ଏହି ତଥ୍ୟ କାଢିଛନ୍ତି। ଆଇଆଇଟିର କହିବା ମୁତାବକ ଏହି ଗରମ ଆଗାମୀ ଦିନ ପାଇଁ ଏକ ବଡ ବିପଦ ହୋଇପାରେ। ବର୍ତ୍ତମାନ ପୁନେ,କୋଲକାତା, ଗୋହାଟୀ ଭଳି ସହରରେ ସବୁଜୀମା ପରିବେଶ କାରଣରୁ ଗରମ ଟିକେ କାବୁରେ  ଅଛି।

ସହରରେ ବଢୁଥିବା ଗରମର କାରଣ ହେଉଛି ଘରୋଇ ଉପକରଣର ବହୁଳ ବ୍ୟବହାର। ସୂର୍ଯ୍ୟଙ୍କ ଠାରୁ ଉର୍ଜାକୁ ଶୋଷିତ କରୁଥିବା ବିଭିନ୍ନ ସାମଗ୍ରୀ ଯଥା ଇଟା, ଘରର ରଙ୍ଗ,ଏସି ଓ ଅନ୍ୟାନ ଘରୋଇ ଉପକରଣ ମଧ୍ୟ ଗରମ ବଢାଇବାରେ ବେଶ୍ ସହଯୋଗୀ ହୋଇଥାଏ। ଅନ୍ୟପକ୍ଷରେ ସହରାଞ୍ଚଳରେ ଅବାଧ ଗଛକଟା ଓ କଂକ୍ରିଟି ସଡକ ମଧ୍ୟ ପ୍ରମୁଖ କାରଣ ସାଜେ ହିଟୱେଭ ବଢାଇବା  ପାଇଁ।

ନାସା କରୁଛି କାମ

ସମଗ୍ର ପୃଥିବୀ ପପ୍‌ଷ୍ଠକୁ କିପରି ଗରମ ଦାଉରୁ ରକ୍ଷା କରାଯାଇପାରିବ ସେନେଇ  ନାସାର ବୈଜ୍ଞାନିକମାନେ ଏହି କ୍ଷେତ୍ରରେ ନିଜର ଗବେଷଣା ଚାଲୁ ରଖିଛନ୍ତି। ନାସାର ସାଟାଲାଇଟ, ଲ୍ୟାଣ୍ଡସେଟ ପ୍‌ଥିବୀର ତମାମ ପରିବର୍ତ୍ତନ ଉପରେ ନଜର ରଖିଛନ୍ତି।  ଏହି ଆଧାରରେ ବୈଜ୍ଞାନିକମାନେ ଲଗାତାର ପରିବର୍ତ୍ତନର ବିଶ୍ଲେଷଣ କରୁଛନ୍ତି।

ନାସା ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଆଗାମୀ ସମୟରେ ନିର୍ମାଣ ଓ ବିକାଶ କାର୍ଯ୍ୟଗୁଡିକ ପରିବେଶକୁ ଲକ୍ଷ୍ୟକରି କରାଯିବା ଉଚ୍ଚିତ ନଚେତ ପରିବେଶ ଉପରେ ଏହାର ଆନେକ କୁପ୍ରଭାବ ପଡିପାରେ।  ସଡକ, ପାର୍କିଙ୍ଗ ଏରିଆ, ଛାତରେ ଯଦି ଧୂସର ରଙ୍ଗର କୋଟିଙ୍ଗ କରାଯାଏ ତେବେ ତାପମାତ୍ରାର ପରିବର୍ତ୍ତନ ଲକ୍ଷ୍ୟ କରାଯାଇପାରିବ। ଏହା କରିବା ଦ୍ବାରା ସହରର ତାପମାତ୍ରାକୁ ବିଶେଷକରି ଗରମ ଦିନ ମାନଙ୍କରେ କମ କରାଯାଇପାରିବ।

ପାଣିପାଗ ବିଭାଗ କଣ  କହିଛି

ଭାରତୀୟ ପାଣିପାଗ ବିଭାଗର ଏକ ରିପୋର୍ଟ ଅନୁସାରେ ୧୯୦୧ ପରେ ବର୍ଷ ୨୦୧୮ ଓ ପୁଣି ୨୦୧୯ରେ ସବଠାରୁ ଅଧିକ ଗରମ ଅନୁଭୁତ ହୋଇଥିଲା। ଏହା ଦେଶର ସବୁଠାରୁ ଅଧିକ ଗରମର ସପ୍ତମ ବର୍ଷ ଥିଲା । ଦିଲ୍ଲୀରେ ପୂର୍ବ ବର୍ଷ ୪୬.୨ ଡିଗ୍ରୀ ସେଲସିୟସ  ତାପମାତ୍ରା ରେକର୍ଡ କରାଯାଇଥିଲା।  ଏହା ବ୍ୟତିତ ଦକ୍ଷିଣ ଉତ୍ତର ପ୍ରଦେଶ, ପୂର୍ବ ମଧ୍ୟପ୍ରଦେଶ, ହରିୟାଣା,ଚଣ୍ଡିଗଡ ଓ ମହରାଷ୍ଟ୍ରରେ ଭିଷଣ ଗରମ ଅନୁଭୂତ ହୋଇଥିଲା ଓ ଅନେକ ସହରରେ ତାପମାତ୍ରା  ପୁରୁଣା ରେକର୍ଡ ଭାଙ୍ଗିଥିଲା ।

ଭାରତର ୧୫  ସହର  ସବୁଠାରୁ ଗରମ ସହର ରୂପରେ ଚିହ୍ନଟ ହୋଇଛି

ଜଳବାୟୂ ୱେବସାଇଟ ଏଲ ଡେରାଡୋ କିଛି ସମୟ ପୂର୍ବରୁ ଜାରି ହୋଇଥିବା ସଂଖ୍ୟା ମୁତାବକ ମଧ୍ୟଭାରତର କିଛି  ସହରକୁ ବିଶ୍ବର ୧୫ ସବୁଠାରୁ ଗରମ ସହରରେ ସାମିଲ କରାଯାଇଛି। ଏଥିରେ ରାଜସ୍ଥାନର ଚୁରୁ ଓ ଶ୍ରୀଗଙ୍ଗାନଗର ନାମ ପ୍ରମୁଖରେ ରହିଛି, ଯେଉଁଠାରେ ତାପମାତ୍ରା ୪୮.୯ ଓ ୪୮.୬ ଡିଗ୍ରୀ ସେଲସିୟସ ରହୁଛି। ୨୦୧୯ରେ ଚୁରୁରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସକୁ ଛୁଇଁ ଯାଇଥିଲା।

୨୦୨୦ରେ ଓଡିଶାରେ ହେବ ଭିଷଣ ଗରମ

 

ପାଣିପାଗ ବିଭାଗର ଏକ ରିପୋର୍ଟ ମୁତାବକ ୨୦୨୦ରେ ଦେଶର  ଅନ୍ୟ ଜାଗା ତୁଳନାରେ ଓଡିଶାରେ ଗରମର ମାତ୍ରା ବଢିବାର ଆଶଙ୍କା କରାଯାଉଛି। ତାପମାତ୍ରାର ତୁଳନାରେ ଏବର୍ଷ ଓଡିଶାରେ ପୂର୍ବ ବର୍ଷ ଅପେକ୍ଷା ସର୍ବାଧିକ ୧-୨ ଡିଗ୍ରୀ ବଢିବାର ଆଶଙ୍କା ରହିଛି। ଏହି ବର୍ଷ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଗରମର ପ୍ରଭାବ ଆରମ୍ଭ ହୋଇଯିବ ଓ ଜୁନରେ ଭିଷଣ ଗରମ ଅନୁଭୁତ ହୋଇପାରେ। ଓଡିଶାର ଅଧିକତମ ଅଞ୍ଚଳରେ ୪୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ବିଶ୍ବର ତାପମାତ୍ରାରେ ଏହି ବର୍ଷ ୧.୧ ଡିଗ୍ରୀ ସେଲସିୟସ ବଢିପାରେ।

ବଢୁଥିବା ଜନସଂଖ୍ୟା ମଧ୍ୟ ଗରମର କାରଣ ପାଲଟିଛି

ବଢୁଥିବା ଜନସଂଖ୍ୟା  ଭାରତୀୟ ସହରରେ  ପ୍ରଚଣ୍ଡ ଗରମର କାରଣ ପାଲଟିଛି। ବିଶେଷଜ୍ଞଙ୍କ କହିବା ମୁତାବକ  ତାପମାତ୍ରାକୁ ଦେଖିବା ପୂର୍ବରୁ ଆମକୁ ପବନର ଦିଗକୁ ଦେଖିବା ଦରକାର। ଏଥିରେ ଜଣା ପଡିଥାଏ ଯେ କେଉଁଠାରେ ଅଧିକ ଗରମ ହେଉଛି। ଯେମିତିକ ଯଦି ତେଲେଙ୍ଗାନାଆଡୁ ଗରମ ପବନ ବହୁଛି ତେବେ ଜଣା ପଡିଯାଏ ଯେ ତେଲେଙ୍ଗାନାରେ ଭିଷଣ ଗରମ ରହିଛି। ବିଶେଷଜ୍ଞଙ୍କ କହିବା ମୁତାବକ ନଦୀ  କିମ୍ବା ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ମଧ୍ୟରେ ଅନେକ ସହର ତିଆରି ହୋଇଯାଇଛି ଲମ୍ବା ଲମ୍ବା ବିଲ୍ଡିଂ ନିର୍ମାଣ ହୋଇଯାଇଛି। ଏହା ଦ୍ବାରା ପବନ ଗତି  ବଦଳିଯାଉଛି। ପୂର୍ବରୁ ନଦୀ କିମ୍ବା ସମୁଦ୍ରର ପବନ ବିନା ବାଧାରେ ସ୍ଥଳଭାଗକୁ ଆସୁଥିଲା। ଏବେ କିନ୍ତୁ ଏହା ହୋଇପାରୁ ନାହିଁ।

glonbal

ବିଶେଷଜ୍ଞମାନେ କରିଛନ୍ତି ସାବଧାନ

ବିଶେଷଜ୍ଞମାନେ ଜଳବାୟୂ ପରିବର୍ତ୍ତନକୁ ନେଇ ଚେତାବନୀ ଦେଇଛନ୍ତି। ଏକ ୱେବସାଇଟ  ଖବର ମୁତାବକ ବେଙ୍ଗାଳୁରୁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ଜଳବାୟୂ  ବିଶେଷଜ୍ଞ ଏନ.ଏଚ ରବିନ୍ଦ୍ରନାଥ କହିଛନ୍ତି ଆସୁଥିବା ସମୟରେ ଏହାର ପରିଣାମ ଭୟଙ୍କର  ହେବ। ୨୦୩୦ ପର୍ଯ୍ୟନ୍ତ  ଗ୍ଲୋବାଲ ୱାର୍ମିଂର ସ୍ତର ୧.୫ ଡିଗ୍ରୀ  ସେଲସିୟସ ପର୍ଯ୍ୟନ୍ତ ବଢିଯିବ। ଜଳବାୟୂ ପରିବର୍ତ୍ତନ ଦ୍ବାରା ଅନେକ ସମସ୍ୟା ସୃଷ୍ଟି ହେବ।

global warming

ନାସାର ଏକ୍ସପୋର୍ଟ ଚେତାବନୀ ଦେଇଛନ୍ତି

ନାସାର ବରିଷ୍ଠ ଜଳବାୟୂ ବିଶେଷଜ୍ଞ ଜେମ୍ସ ହୈନ୍ସନ ମଧ୍ୟ ଗମ୍ଭୀର ସ୍ଥିତି ଆଡୁକ ଇସାରା କରିଛନ୍ତି। ସେ ବିଶ୍ବସ୍ତରରେ ଅର୍ବାନ ହିଟ ଆଇଲ୍ୟାଣ୍ଡ ଓ ଗ୍ଲୋବାଲ ୱାର୍ମିଂ ଉପରେ ଚିନ୍ତା ପ୍ରକଟ କରି ଲୋକମାନଙ୍କୁ ଚେତାଇ ଦେଇଛନ୍ତି। ତାଙ୍କର କହିବା  କଥା ହେଲା ଯେ ଯଦି କାର୍ବନ ଡାଇ ଅକ୍ସସାଇଡ୍  ଏମିତି ଯଦି ବଢିଚାଲେ  ତେବେ ଏହା ମାନବ ଜୀବନର ଶେଷ ସମୟର ସଂକେତ ହେବ।  ନାସାର ଗେଡାର୍ଡ ଇନଷ୍ଟିଚ୍ୟୁଟ ଫର ସ୍ପେଷ୍ ଷ୍ଟଡିର ପ୍ରମୁଖ ଓ ପ୍ରଥମ ବୈଜ୍ଞାନିକ  ୧୯୮୦ରେ ଗ୍ଲୋବାଲ ୱାର୍ମିଂର ଆଲାର୍ମ ବଜାଇଥିଲେ। ସେବେଠାରୁ ଆଜିପର୍ଯ୍ୟନ୍ତ ୩୦ ବର୍ଷ ବିତିଯାଇଛି ଓ ଗ୍ଲୋବାଲ ୱାର୍ମିଂ ଲଗାତାର ବଢି ଚାଲିଛି ଓ ମୈସୁମୀରେ ମଧ୍ୟ ଅଚାନକ ପରିବର୍ତ୍ତନ ସବୁବେଳେ ନଜରକୁ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.