Below header

ଲାଲୁ ବ୍ୟାଡମିଣ୍ଟନ ଖେଳୁଛନ୍ତି ଯଦି କାହିଁକି ଜେଲ ଯିବେ ନାହିଁ, ଲାଲୁଙ୍କ ଜାମିନ ନେଇ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କଲା ସିବିଆଇ

ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଥିବା ଜାମିନ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜକରିଛି ସିବିଆଇ । ଲାଲୁ ଯଦି ଏବେ ବ୍ୟାଡମିଣ୍ଟନ ଖେଳିପାରୁଛନ୍ତି,ସେ ଜେଲ କାହିଁକି ଯିବେ ନାହିଁ ବୋଲି ପ୍ରଶ୍ନ କରିଛି ସିବିଆଇ ।

C ଲାଲୁଙ୍କ ଜାମିନ ରଦ୍ଦ ସହ ତାଙ୍କୁ ଜେଲ ପଠାଯିବା ନେଇ ସୁପ୍ରିମକୋର୍ଟରେ ସିବିଆଇ ମାମଲା ଦାଏର କରିଛି ।

ଲାଲୁଙ୍କ ଓକିଲ କପିଲ ଶିବାଲ ଯୁକ୍ତି ବାଢ଼ିଥିଲେ ଯେ ଲାଲୁଙ୍କ ନିକଟରେ କିଡନୀ ପ୍ରତ୍ୟାରୋପଣ କରାଯାଇଛି । ସେ ସମ୍ପୁର୍ଣ୍ଣ ଅସୁସ୍ଥ ଅଛନ୍ତି,ହେଲେ ସିବିଆଇ ତାଙ୍କୁ ପୁଣି ଜେଲ ପଠାଇବାକୁ ଚାହୁଁଛି । ସିବିଆ ଯୁକ୍ତି କରିଥିଲା ଯେ ଲାଲୁ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି କାରଣ ସେ ବ୍ୟାଡମିଣ୍ଟନ ଖେଳି ପାରୁଛନ୍ତି । ତେଣୁ ତାଙ୍କର ଜାମିନ ରଦ୍ଦ କରି ତାଙ୍କୁ ଜେଲ ପଠାଯାଉ । କିଛି ଦିନ ତଳେ ଲାଲୁ ବ୍ୟାଡମିଣ୍ଟନ ଖେଳୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।

ପ୍ରକାଶଯୋଗ୍ୟ, ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ସହ ୯୯ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୪ ଜଣଙ୍କୁଦୋଷମୁକ୍ତ କରାଯାଇଥିଲା । ଅନ୍ୟ ୪୬ ଜଣ ଅଭିଯୁକ୍ତଙ୍କୁ ୩ ବର୍ଷ ଯାଏ ଜେଲ ଦଣ୍ଡ ମିଳିଥିଲା । ଏହି ମାମଲାରେ ଲାଲୁଙ୍କୁ ୧୪ ବର୍ଷ ଜେଲ ଦଣ୍ଡ ହୋଇଥିଲା । ହେଲେ ଝାଡ଼ଖଣ୍ଡ ହାଇକୋର୍ଟ ଆରଜେଡି ନେତା ଲାଲୁଙ୍କୁ ଜାମିନ ମଞ୍ଜୁର କରିଥିଲା । ଏହାକୁ ଏବେ ସିବିଆଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.