Below header

ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା, ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ

ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । କେବଳ ଦିଲ୍ଲୀରେ ୫ ଲକ୍ଷ ୮୦ ହଜାର ୧୯୨ ଜଣ ଛାତ୍ରଛାତ୍ରୀ ୮୭୭ଟି କେନ୍ଦ୍ରରେ ବୋର୍ଡ ପରୀକ୍ଷା ଦେବେ । ଆନ୍ଦୋଳନ ପାଇଁ ଟ୍ରାଫିକ ଜାମ୍ ଜନିତ ବିଳମ୍ବ ଏଡାଇବା ପାଇଁ ଦିଲ୍ଲୀ- ଏନସିଆର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଘରୁ ଶୀଘ୍ର ବାହାରିବାକୁ ପରାମର୍ଶ ଦିଆଯାଇଛି ।

ନୂଆଦିଲ୍ଲୀ : ଆଜିଠୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଭାରତ ସମେତ ୨୬ଟି ଦେଶରେ ସମୁଦାୟ ୩୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । କେବଳ ଦିଲ୍ଲୀରେ ୫ ଲକ୍ଷ ୮୦ ହଜାର ୧୯୨ ଜଣ ଛାତ୍ରଛାତ୍ରୀ ୮୭୭ଟି କେନ୍ଦ୍ରରେ ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେଉଥିବାରୁ ଛାତ୍ରଛାତ୍ରୀଙ୍କୁ ୧୦ଟା ସୁଦ୍ଧା ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ଆନ୍ଦୋଳନ ପାଇଁ ଟ୍ରାଫିକ ଜାମ୍ ଜନିତ ବିଳମ୍ବ ଏଡାଇବା ପାଇଁ ଦିଲ୍ଲୀ- ଏନସିଆର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଘରୁ ଶୀଘ୍ର ବାହାରିବାକୁ ପରାମର୍ଶ ଦିଆଯାଇଛି । ମେଟ୍ରୋ ଟ୍ରେନ ସେବା ଉପରେ ଚାଷୀ ଆନ୍ଦୋଳନ ପ୍ରଭାବ ପକାଇ ନଥିବାରୁ ମେଟ୍ରୋ ବ୍ୟବହାର ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଟ୍ରାଫିକ, ପାଣିପାଗ ଓ ଦୂରତା ଅନୁଯାୟୀ ଦେଶର ଅନ୍ୟ ରାଜ୍ୟଗୁଡିକର ଛାତ୍ରଛାତ୍ରୀଙ୍କୁ ମଧ୍ୟ ୧୦ଟା ପୂର୍ବରୁ ପରୀକ୍ଷା ସେଣ୍ଟରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । କେବଳ ୧୦ଟା ସୁଦ୍ଧା ପରୀକ୍ଷା ସେଣ୍ଟରରେ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ । ଏହାପରେ ପରୀକ୍ଷା ସେଣ୍ଟରରେ ପହଞ୍ଚିଲେ ପ୍ରବେଶ ଅନୁମତି ମିଳିବ ନାହିଁ । ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଏହି ବୋର୍ଡ଼ ପରୀକ୍ଷା ୧୩ମାର୍ଚ୍ଚରେ ସରୁଥିବା ବେଳେ ଯୁକ୍ତ ୨ ପିଲାମାନଙ୍କର ଏପ୍ରିଲ ୨ରେ ସରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.