ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନର, ନିର୍ବାଚନ ପ୍ରସ୍ତୁତି ଉପରେ କରିବେ ସମୀକ୍ଷା

ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନର ଓ ଟିମ୍ । ଦୁଇଦିନ ଧରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ। ଓଡ଼ିଶାରେ ଏକାସଙ୍ଗେ ହେଉଛି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି କେତେ ଆଗେଇଛି । କଣ ଆବଶ୍ୟକତା ରହିଛି । ଚୂଡାନ୍ତ ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଟିମ୍ ।

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି । ଆଜି ଓଡ଼ିଶା ଆସୁଛନ୍ତି ନିର୍ବାଚନ କମିଶନର ଓ ଟିମ୍ । ଦୁଇଦିନ ଧରି ନିର୍ବାଚନ ପ୍ରସ୍ତୁତି ଉପରେ ସମୀକ୍ଷା କରିବେ। ଓଡ଼ିଶାରେ ଏକାସଙ୍ଗେ ହେଉଛି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ପ୍ରସ୍ତୁତି କେତେ ଆଗେଇଛି । କଣ ଆବଶ୍ୟକତା ରହିଛି । ଚୂଡାନ୍ତ ସମୀକ୍ଷା କରିବେ ନିର୍ବାଚନ କମିଶନଙ୍କ ଟିମ୍ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ତାଙ୍କ ଟିମ୍,ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ ।

ଏଥିସହ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। କିଛି ଦିନ ପୂର୍ବରୁ ନୂଆଦିଲ୍ଲୀରେ ନିର୍ବାଚନ କମିଶନ ସବୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକରୀଙ୍କ ସହ ଦୁଇ ଦିନିଆ ବୈଠକ କରିଥିଲେ । ସ୍ବଚ୍ଛ,ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେଇଥିଲେ । ସେହିପରି ନିର୍ବାଚନ ପରିଚାଳନା ନେଇ ଜାରି ହୋଇଥିଲା ଗାଇଡଲାଇନ୍ । ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ଦିନ କାମ କରିଥିବା ଅଧିକାରୀ ଓ ନିଜ ଜିଲ୍ଲାରେ ନିୟୋଜିତ ଅଧିକାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଏହା ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ସେବାବଦରେ ବି ସମୀକ୍ଷା ହୋଇପାରେ । ଲୋକସଭା ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.