ନିର୍ବାଚନୀ ବଣ୍ଡ ମାମଲା: ଆଇନଗତ ବୈଧତା ନେଇ ଆଜି ଆସିବ ସୁପ୍ରିମକୋର୍ଟଙ୍କ ରାୟ

ନିର୍ବାଚନୀ ବଣ୍ଡର ଆଇନଗତ ବୈଧତା ନେଇ ଆଜି ଆସିବ ସୁପ୍ରମକୋର୍ଟଙ୍କ ରାୟ। ବିଭିନ୍ନ ରାଜନୈତିକ ଦଳକୁ ମିଳୁଥିବା ଇଲେକ୍ଟୋରାଲ ବଣ୍ଡ ଯୋଜନାର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା।

କଟକ (କେନ୍ୟୁଜ): ନିର୍ବାଚନୀ ବଣ୍ଡର ଆଇନଗତ ବୈଧତା ନେଇ ଆଜି ଆସିବ ସୁପ୍ରମକୋର୍ଟଙ୍କ ରାୟ। ବିଭିନ୍ନ ରାଜନୈତିକ ଦଳକୁ ମିଳୁଥିବା ଇଲେକ୍ଟୋରାଲ ବଣ୍ଡ ଯୋଜନାର ଆଇନଗତ ବୈଧତା ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଲଗାତାର ୩ ଦିନ ଶୁଣାଣି କରିବା ପରେ ଗତବର୍ଷ ନଭେମ୍ବର ୨ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ।

ଏହି ଯୋଜନା ଅଧିନରେ ୨୦୨୩ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କେତେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ହୋଇଛି ତାର ସବିଶେଷ ତଥ୍ୟ ଦେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ଯୋଜନାରେ ଅଜଣା ବ୍ୟକ୍ତି, ସଂସ୍ଥା ବା ସଂଗଠନମାନେ ଏସବିଆଇରୁ ନିର୍ବାଚନୀ ବଣ୍ଡ କିଣି ରାଜନୈତିକ ଦଳଙ୍କୁ ଚାନ୍ଦା ଆକାରରେ ପ୍ରଦାନ କରିଥାନ୍ତି। ବିଭିନ୍ନ ରାଜନୈତିକ ଦଳଙ୍କୁ ମିଳୁଥିବା ଚାନ୍ଦାରେ ପାରଦର୍ଶିତା ଆଣିବାକୁ ୨୦୧୭ରେ ଇଲେକଟୋରାଲ ବଣ୍ଡ ଯୋଜନା କାର୍ଯ୍ୟକାରୀ କରିଥିଲେ କେନ୍ଦ୍ର ସରକାର। ନିର୍ବାଚନୀ ବଣ୍ଡ ଯୋଜନା ଗୋପନୀୟତା ପ୍ରଦାନ କରେ। ଏହାର ସୂଚନା କେବଳ ବ୍ୟାଙ୍କ ପାଖରେ ଉପଲବଧ ଥାଏ। ତେବେ ଏହି ଯୋଜନାରେ ରାଜନୈତିକ ଦଳମାନଙ୍କୁ ବିପୁଳ ପରିମାଣର ଚାନ୍ଦା ପାଇବାକୁ ବାଟ ଖୋଲି ଦିଆଯାଇଥିବା ନେଇ ଆବେଦନରେ ଦର୍ଶାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.