ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଅଶ୍ବିନୀ ଯିବେ ରାଜ୍ୟସଭା ।

ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଅଶ୍ବିନୀ ଯିବେ ରାଜ୍ୟସଭା ।

୨୦୧୯ରେ ମଧ୍ୟ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିଲେ । ଦ୍ବିତୀୟ ଥର ପାଇଁ ଓଡ଼ିଶାରୁ ରାଜ୍ୟସଭା ଯିବେ ଅଶ୍ବିନୀ ବୈଷ୍ଣ ବ। ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି କେନ୍ଦ୍ରୀୟ କମିଟି ଅଶ୍ବିନୀଙ୍କ ନାଁ ଘୋଷଣା କରିବା ପରେ ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଦେଇଛି ବିଜେଡି । ରାଜ୍ୟରେ ରେଳସେବା, ଟେଲି ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ସମର୍ଥନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.