ରାଜ୍ୟରେ କମୁଛି ଶୀତ, କଲବଲ କରୁଛି କୁହୁଡ଼ି; ୧୦ ଜିଲ୍ଲାରେ ୟେଲୋ ଆଲର୍ଟ

ଫେବ୍ରୁଆରୀରେ ପୁଣି ୩୫ ଡିଗ୍ରୀ ଛୁଇଁଛି ତାପମାତ୍ରା । ୨ ଦିନ ପରେ ଆହୁରି ବଢ଼ିବ ତାତି। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଛି। ସେପଟେ ଫେବ୍ରୁଆରୀରେ ପୁଣି ୩୫ ଡିଗ୍ରୀ ଛୁଇଁଛି ତାପମାତ୍ରା। ୨ ଦିନ ପରେ ଆହୁରି ବଢ଼ିବ ତାତି। ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ନହେଲେ ବି ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି।

ଅନ୍ୟପଟେ ବର୍ତ୍ତମାନ କିଛି ସ୍ଥାନରେ ପ୍ରବଳ ଖରା ଲାଗିରହିଥିଲେ ମଧ୍ୟ କିଛି ସ୍ଥାନରେ କୋହଲା ପାଗ ଲାଗି ରହିଛି। ଉପକୂଳ ଓଡ଼ିଶା ସମେତ କେନ୍ଦ୍ରୀୟ ଓଡ଼ିଶାରେ ପାଗ ଶୁଖିଲା ସହ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ଓ ଆସନ୍ତାକାଲି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଉପକୂଳରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ସହ ବାୟୁମଣ୍ଡଳର ଉପରିଭାଗରେ ଥିବା ନିମ୍ନ ଚାପରେଖା ପ୍ରଭାବରେ ଏଭଳି ପାଗ ଲାଗି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.