Below header

CBSE Board Exam : ଆଜି ସନ୍ଧ୍ୟା ୫ଟାରେ ଜାରି କରାଯିବ ଦଶମ ଏବଂ ଦ୍ଵାଦଶ ଡେଟସିଟ

ନୂଆଦିଲ୍ଲୀ : ସିବିଏସଇ ବୋର୍ଡର ଦଶମ ଏବଂ ଦ୍ଵାଦଶ ପରୀକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି। ୧ ରୁ ନେଇ ୧୫ ତାରିଖ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଦଶମ ଏବଂ ଦ୍ଵାଦଶରେ ବାକି ରହିଯାଇଥିବା ପରୀକ୍ଷା ପାଇଁ ଡେଟସିଟର ଘୋଷଣା ଆଜି ସନ୍ଧ୍ୟା ସୁଦ୍ଧା କରିଦିଆଯିବ।

ମାନବ ସଂଶୋଧନ ବିକାଶ ମନ୍ତ୍ରୀ ରମେଶ ପୋଖରିୱାଲ ନିଶଙ୍କ ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ୱିଟ କରି ଜଣାଇଛନ୍ତି। ସେ କହିଛନ୍ତି କରୋନା ସଙ୍କଟ କାରଣରୁ CBSEର ବାକି ଥିବା ପରୀକ୍ଷା ଅନିଶ୍ଚିତତାରେ ରହିଥିଲା। କିନ୍ତୁ ଆଜି ଏହି ଦ୍ୱନ୍ଦ ଦୂର କରିବୁ ଏବଂ ଛାତ୍ରଛାତ୍ରୀଙ୍କ ଉତ୍ସୁକତାକୁ ଦେଖି ଆମେ ଦଶମ ଶ୍ରେଣୀ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ଡେଟସିଟ ଆଜି ସନ୍ଧ୍ୟା ୫ଟା ବେଳେ ଜାରୀ କରିବୁ।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଲକଡାଉନ କାରଣରୁ କିଛି ପରୀକ୍ଷା ଅଟକି ରହିଥିଲା। ସେହିପରି CBSE ବୋର୍ଡ଼ ପରୀକ୍ଷା ରେଜଲ୍ଟ ଅଗଷ୍ଟରେ ବାହାରିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.