୩୦୩୫କୋଟି ଟଙ୍କା ଦେଇ Giphyକୁ କିଣିଲା Facebook, ଏଣିକି ଇନ୍ସରଗ୍ରାମରେ ବି ମିଳିପାରିବ ସପୋର୍ଟ

ଏଭିତରେ ବିଶ୍ୱର ସବୁଠୁ ବଡ଼ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ସବୁଠୁ ବଡ ଆନିମେଟେଡ଼ ପିକ ବନଉଥିବା ଥିବା ୱେବସାଇଟ Giphyକୁ କିଣି ନେଇଛି । କହିରଖିବା ଉଚିତ ହେବକି, ଏବେକା ସମୟରେ ଏହି କମ୍ପାନୀ ବିଶ୍ୱରେ ସବୁଠୁ ଅଧିକ ସଂଖ୍ୟକ ଆନିମେଟେଡ଼ ଫଟୋ ବା ଜିଆଇଏଫ ନିର୍ମାଣ କରୁଛି । ଏଯାବତ  ଫେସବୁକ କମ୍ପାନୀ ତରଫରୁ ଅଫିସିଆଲ ଭାବେ କୌଣସି ପ୍ରକାର ତଥ୍ୟ ଦିଆଯାଇ ନଥିବା ବେଳେ ଏକ ବିଶେଷ ସୂତ୍ରରୁ ଦୁଇ କମ୍ପାନୀ ମଧ୍ୟରେ ହୋଇଥିବା ଏହି ଚୁକ୍ତିର ମୂଲ୍ୟ ୪୦୦ ମିଲିୟନଡ଼ଲାର ବା ପାଖାପାଖି ୩,୦୩୫ କୋଟି ଟଙ୍କାକୁ ନେଇ ହୋଇଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ୨୦୧୫ ରେ ହିଁ ପାର୍ଟନରସିପକୁ ନେଇ Giphy ଓ ଫେସବୁକ କମ୍ପାନୀ ମଧ୍ୟରେ ଆଲୋଚନା ହୋଇଥିଲା ।

କିନ୍ତୁ ସେସମୟରେ ଫେସବୁକ Giphy କମ୍ପାନୀର ଏହି ପ୍ରସ୍ତାବକୁ ଗ୍ରହଣ କରି ନଥିଲା । ଏହି ଚୁକ୍ତି ପରେ ଫେସବୁକ ଇନ୍ଷ୍ଟଗ୍ରାମ କମ୍ପାନୀର ମଧ୍ୟ ଭାଗିଦାର ହୋଇଯାଇଛି । ଏହା ସହ ଜିଆଇଏଫ କମ୍ପାନୀ ଲାଇବ୍ରେରୀକୁ ଇନ୍ଷ୍ଟଗ୍ରାମ ବ୍ୟତୀତ ଫେସବୁକର ଅନ୍ୟ ଆପ ସହ ମଧ୍ୟ ମିଶାଇ ଦିଆଯିବ । ଏହା ବାଦ ସାଧାରଣ ଲୋକଙ୍କୁ ଫେସବୁକ ପ୍ଲାଟଫର୍ମରେ ଜିଆଇଏଫ ଅପଲୋଡ଼ କିଣିବା ପାଇଁ ଅଧିକ ସୁଯୋଗ ମିଳିପାରିବ । କିନ୍ତୁ ଫେସବୁକର ଏହି ପ୍ଲାଟ୍ଫର୍ମରେ Giphy ସେୟାର କରିବା ପାଇଁ ଭିନ୍ନ ରୂପେ ଡାଉନଲୋଡ଼ କରିବାକୁ ହେବ । ସୂଚନା ମୁତାବକ ପୂର୍ବରୁ ଗୁଗୁଲ ଜିଆଇଏଫ ପ୍ଲାଟ୍ଫର୍ମର tenorକୁ କିଣିବା ପାଇଁ ପ୍ରସ୍ତୁତି ଚଳାଇଥିଲା ।

You might also like