Below header

କରୋନା ସଙ୍କଟ ବେଳେ କାମ କରୁଥିବାରୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଲା ନିଜ କର୍ମଚାରୀଙ୍କୁ ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ

କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ । ତେବେ ଏହି ଲକ୍‌ଡାଉନ୍‌ ବେଳେ କିଛି ଜରୁରୀ ସେବା ଯୋଗାଉଥିବା କର୍ମଚାରୀ ଘର ବାହାରକୁ ଆସି ସେବା ଯୋଗାଉଛନ୍ତି । ନିଜ ଜୀବନକୁ ବିପନ୍ନ କରି ଲୋକଙ୍କୁ ସହାୟତା ଦେଉଥିବାରୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ତା‘ର କର୍ମଚାରୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ଘୋଷଣା କରିଛି ।

ଲକ୍‌ଡାଉନ ସମୟରେ ପୁଲିସ୍‌, ଚିକିତ୍ସକ, ସଫାଇ ଓ ବ୍ୟାଙ୍କ୍‌ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ସରକାର କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ଦେଶରେ ୨୫ ମାର୍ଚ୍ଚରୁ ୧୪ ଅପ୍ରେଲ ପର୍ଯ୍ୟନ୍ତ ୨୧ ଦିନ ଯାଏ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଅସୁବିଧା ସମୟରେ ଯାତାୟତର ସୁବିଧା ନଥିବା ସତ୍ତ୍ୱେ କର୍ମଚାରୀ ବ୍ୟାଙ୍କ୍‌ ଆସି କାମ ଜାରି ରଖିଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ବ୍ୟାଙ୍କ୍‌ ଏହି ଅଫର୍‌ ଦେଇଛି ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ।

ପ୍ରୋବେସନ୍‌ ପରିୟଡ୍‌ରେ କାମ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ । ଏହାଛଡ଼ା ଲକ୍‌ଡାଉନ୍‌ ସମୟରେ କାମ କରୁଥିବାରୁ ପ୍ରତି ୬ ଦିନରେ କର୍ମଚାରୀଙ୍କୁ ଗୋଟିଏ ସ୍ୱତନ୍ତ୍ର ଛୁଟି ମିଳିବ ।
ଏହାଛଡ଼ା ଗର୍ଭବତୀ ଓ ଦିବ୍ୟାଙ୍ଗଙ୍କୁ ଘରେ ରହି କାମ କରିବାର ସୁବିଧା ଦିଆଯାଇଛି । ଯେଉଁମାନେ ପୂର୍ବରୁ କୈାଣସି ଲୋନ୍‌ ନେଇଥିବେ ସେମାନେ ମଧ୍ୟ ଏହି ସୁବିଧା ପାଇବେ ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.