Below header

ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩: ଆଜି ପଞ୍ଚମ କକ୍ଷପଥରେ କରିବ ପ୍ରବେଶ

ଚନ୍ଦ୍ରର ଅତି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ପୁଣି ବଦଳାଇବ କକ୍ଷପଥ । ସକାଳ ୮ଟା ୩୮ ମିନିଟରୁ ୮ଟା ୩୯ ଭିତରେ ପଞ୍ଚମ କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ଏହି ପ୍ରକ୍ରିୟା ପାଖାପାଖି ୩ ଘଣ୍ଟା ଧରି ଚାଲିବ । ଚନ୍ଦ୍ରପୃଷ୍ଠରୁ ଶହେ କିଲୋମିଟର ଦୂରରେ ଜଟିଳ ମାନୁଭୋର କରି କକ୍ଷପଥକୁ ହ୍ରାସ କରିବ ।

ନୂଆଦିଲ୍ଲୀ : ମୁନ୍ ମିଶନରେ ଆଜି ଗୁରୁତ୍ବପୂର୍ଣ୍ଣ ଦିନ । ଚନ୍ଦ୍ରର ଅତି ନିକଟତର ହେବ ଚନ୍ଦ୍ରଯାନ-୩ । ଆଜି ପୁଣି ବଦଳାଇବ କକ୍ଷପଥ । ସକାଳ ୮ଟା ୩୮ ମିନିଟରୁ ୮ଟା ୩୯ ଭିତରେ ପଞ୍ଚମ କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩ । ଏହି ପ୍ରକ୍ରିୟା ପାଖାପାଖି ୩ ଘଣ୍ଟା ଧରି ଚାଲିବ । ଚନ୍ଦ୍ରପୃଷ୍ଠରୁ ଶହେ କିଲୋମିଟର ଦୂରରେ ଜଟିଳ ମାନୁଭୋର କରି କକ୍ଷପଥକୁ ହ୍ରାସ କରିବ । ଏବେ ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ଅଣ୍ଡାକୃତି ଭାବରେ ପରିକ୍ରମା କରୁଛି । ଆଜି ଶେଷ ମୁନ୍ ବାଉଣ୍ଡ ମାନୁଭୋର ବା କକ୍ଷ ପଥ ହ୍ରାସ ପ୍ରକ୍ରିୟା କରିବ ଇସ୍ରୋ । ଲ୍ୟାଣ୍ଡର ବିକ୍ରମର କକ୍ଷପଥକୁ ୧୫୦ କିଲୋମଟର ଉଚ୍ଚତାରୁ ଶହେ କିଲୋମିଟର ଯାଏ ହ୍ରାସ କରିବ ।

ଅର୍ଥାତ ଆଜିର ଅପରେସନ୍ ପରେ ଲ୍ୟାଣ୍ଡରର ଡିବୁଷ୍ଟ ଅର୍ଥାତ ଧିମା ହେବାର ପ୍ରକ୍ରିୟା ଆରମ୍ଭ ହେବ । ଏଥିସହ ଚନ୍ଦ୍ରପୃଷ୍ଠରେ ଅବତରଣ ନେଇ ଆରମ୍ଭ ହେବ ପ୍ରକ୍ରିୟା । ଆସନ୍ତାକାଲି ଚନ୍ଦ୍ରଯାନର ପ୍ରୋପୁଲସନ୍ ଓ ଲ୍ୟାଣ୍ଡର ମଡ୍ୟୁଲ ଅଲଗା ହେବେ । କାଲି ଦୁଇଟି ମଡ୍ୟୁଲ ଚନ୍ଦ୍ରର ଚାରିପଟେ ୧୦୦ କିଲୋମିଟର ଗୁଣନ ୩୦ କିଲୋମିଟର ବୃତ୍ତାକାର କକ୍ଷପଥରେ ପ୍ରବେଶ କରିବେ । ୧୮ ତାରିଖରେ ଚନ୍ଦ୍ରପୃଷ୍ଠର ଅତି ନିକଟତର ହେବ ଲ୍ୟାଣ୍ଡର । ଏହାର କକ୍ଷପଥର ଉଚ୍ଚତା ହ୍ରାସ କରାଯିବ । ୨୦ ତାରିଖ ରାତିରେ ଲ୍ୟାଣ୍ଡର ମଡ୍ୟୁଲର ଡିଅର୍ବିଟିଂ ହେବ ।

ଏହାପରେ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫଟ ଲ୍ୟାଣ୍ଡିଂ ପାଇଁ ଲକ୍ଷ୍ୟ ରଖିଛି ଇସ୍ରୋ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭରେ ବେଗ ପ୍ରତି ସେକେଣ୍ଡରେ ପାଖାପାଖି ୧.୬୮ କିଲୋମିଟର ରହିବ । ଲ୍ୟାଣ୍ଡିଂରେ ସବୁଠୁ ଚ୍ୟାଲେଞ୍ଜିଂ ହେଉଛି ଲ୍ୟାଣ୍ଡର ବେଗକୁ ୩୦ କିଲୋମିଟର ଉଚ୍ଚତାରୁ ଅନ୍ତିମ ଅବତରଣ ଯାଏ ଆଣିବା । ଏଯାଏ ମୁନ୍ ମିଶନରେ ସବୁ କିଛି ଠିକଠାକ୍ ଚାଲିଛି । ଆଗାମୀ ଅଭିଯାନ ଠିକ୍ ରହିଲେ ୨୩ ତାରିଖରେ ଇତିହାସ ରଚିବ ଇସ୍ରୋ । ଚନ୍ଦ୍ରପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ଚତୁର୍ଥ ଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.