କାୟା ମେଲାଉଛି କୋଭିଡ EG.5, ବ୍ରିଟେନରେ ଦ୍ରୁତ ସଂକ୍ରମଣ ପଛରେ ରହିଛି ଏରିସ ଭାରିଆଣ୍ଟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏରିସ ଭାରିଆଣ୍ଟ ବା EG.5ର ବୃଦ୍ଧି ହାର ଅଧିକ ରହିଛି । ଅନ୍ୟ ସବଲିନିଏଜ ଭଳି ଏରିସ ଭାରିଆଣ୍ଟ ମଧ୍ୟ ବ୍ୟାପିବା ଆଶଙ୍କା କରାଯାଉଥିଲା । ଓମିକ୍ରନର ଅନ୍ୟ ସବଲିନିଏଜ ତୁଳନାରେ ଏହା ଅଧିକ ଗୁରୁତର କରୁଛି କି ନାହିଁ ସେନେଇ ସ୍ପଷ୍ଟ ହୋଇ ନାହିଁ ।

ନୂଆଦିଲ୍ଲୀ : କାୟା ମେଲାଉଛି କୋଭିଡର EG.5 ବା ଏରିସ ଭାରିଆଣ୍ଟ । ବିଭିନ୍ନ ଦେଶକୁ ବ୍ୟାପି ସାରିଲାଣି । ବ୍ରିଟେନରେ ଦ୍ରୁତ ସଂକ୍ରମଣ ପଛରେ ରହିଛି ଏରିସ । ଓମିକ୍ରନର ଏହା ଏକ ସବଲିନିଏଜ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି, ଏରିସ ଭାରିଆଣ୍ଟ ବା EG.5ର ବୃଦ୍ଧି ହାର ଅଧିକ ରହିଛି । ଅନ୍ୟ ସବଲିନିଏଜ ଭଳି ଏରିସ ଭାରିଆଣ୍ଟ ମଧ୍ୟ ବ୍ୟାପିବା ଆଶଙ୍କା କରାଯାଉଥିଲା । ଓମିକ୍ରନର ଅନ୍ୟ ସବଲିନିଏଜ ତୁଳନାରେ ଏହା ଅଧିକ ଗୁରୁତର କରୁଛି କି ନାହିଁ ସେନେଇ ସ୍ପଷ୍ଟ ହୋଇ ନାହିଁ । ଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ପର୍ଯ୍ୟାୟଭୁକ୍ତ କରିଛି WHO । କରୋନାର ଏହା ଲାଟେଷ୍ଟ ଭାରିଆଣ୍ଟ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିରୀକ୍ଷଣ ଭିତରେ ରହିଛି ଏହି ଭାରିଆଣ୍ଟ । ସିକୁଏନସିଂ ଆବଶ୍ୟକ ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ସବୁ ଦେଶ ସିକୁଏନସିଂ ଜାରି ରଖିବା ସହ ଡାଟା ବେସ ସାର୍ବଜନୀନ କରନ୍ତୁ। ଫଳରେ କୌଣସି ନୂଆ ଭାରିଆଣ୍ଟ ଉପରେ ଅନୁଧ୍ୟାନ ସଠିକ ରହିବ ବୋଲି କହିଛି WHO । କରୋନା ଆଉ ଗ୍ଲୋବାଲ୍ ହେଲଥ ଏମର୍ଜେନ୍ସୀ ନୁହେଁ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଘୋଷଣା କରିବାର ତିନି ମାସ ପରେ ପୁଣି ଥରେ ନୂଆ ବିପଦ ସୃଷ୍ଟି କରିଛି EG.5 ଭାରିଆଣ୍ଟ । ଗତ ଫେବ୍ରୁଆରୀରେ ଇଣ୍ଡୋନେସିଆରୁ ପ୍ରଥମ କେସ୍ ଚିହ୍ନଟ ହୋଇଥିଲା । ଜୁନରେ ବ୍ୟାପିଥିଲା ସଂକ୍ରମଣ । ଆମେରିକାରୁ EG.5 ଭାରିଆଣ୍ଟ କେସ୍ ଅଧିକ ଚିହ୍ନଟ ହେଉଛି । ମୋଟ୍ କରୋନା ସଂକ୍ରମଣର ୧୭ ପ୍ରତିଶତ କେବଳ ନୂଆ ଭାରିଆଣ୍ଟ କେସ୍ ରହିଛି । ଜୁଲାଇ ୧୦ରୁ ଅଗଷ୍ଟ ୬ ତାରିଖ ଭିତରେ ବିଶ୍ବରେ ୧୫ ଲକ୍ଷ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ ୨୮ ଦିନ ତୁଳନାରେ ୮୦ ପ୍ରତିଶତ ଅଧିକ । ଆମେରିକା ସମେତ କାନାଡ଼ା, ଜାପାନ, ଦକ୍ଷିଣ କୋରିଆ, ଚୀନ୍ ଭଳି ଅନ୍ୟ ୫୧ଟି ଦେଶରୁ ଚିହ୍ନଟ ହୋଇଛି EG.5 କେସ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.