Below header

କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ପରେ ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ ସିଂ ଚନ୍ନି

ନୂଆଦିଲ୍ଲୀ : ନବଜୋତ ସିଂ ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ ସିଂ ଚନ୍ନି। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନି । ଦଳ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଉପରେ ଭରସା କରି ତାଙ୍କ ଉପରେ ମୋହର ମାରିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୁଧିଆନାରେ ଆୟୋଜିତ ଏକ ରାଲିରେ ଏହାର ଘୋଷଣା କରିଥିଲେ। ତେବେ ଏହି ଘୋଷଣା ପରେ ଚନ୍ନି ସିଦ୍ଧୁଙ୍କ ପାଦ ଛୁଇଁଥିଲେ। ସିଦ୍ଧୁ ମଧ୍ୟ ଚନ୍ନିଙ୍କ ହାତ ଉଠାଇ ଜୟ ଜୟକାର କରିଥିଲେ। ପରେ ରାହୁଲ ଗାନ୍ଧୀ, ନବଜୋତ ସିଦ୍ଧୁ, ଚନ୍ନି ପରସ୍ପରକୁ ଆଲିଙ୍ଗନ କରିଥିଲେ । କଂଗ୍ରେସରେ କୌଣସି ଅର୍ନ୍ତନ୍ଦ୍ୱନ୍ଦ ନାହିଁ । ଦଳ ଏକାଠି ହୋଇ ରହିଛି । ଏଭଳି ସନ୍ଦେଶ ଦେଇଛନ୍ତି ଚରଣଜିତ ସିଂ ଚନ୍ନି ।

ତେବେ ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଗତକାଲି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ ଜିତ ସିଂ ଚନ୍ନିଙ୍କ ନାମ ଘୋଷଣା କରିଛନ୍ତି ରାହୁଲ। ଚନ୍ନି ଏବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.