ରଣଜୀ ମ୍ୟାଚ ଚାଲୁଥିବା ବେଳେ ହଠାତ୍ ପଡିଆକୁ କାର୍ ନେଇ ପଶିଗଲେ ବ୍ୟକ୍ତି, ଈଶାନ୍ତ ଶର୍ମା ଓ ରାଇନା କଲେ ଟ୍ଵିଟ୍
କ୍ରିକେଟ ଖେଳ ସମୟରେ ଆପଣ ବିଭିନ୍ନ ପ୍ରକାର ମଜାଳିଆ ଘଟଣା ନିଶ୍ଚିତ ଦେଖିଥିବେ କିମ୍ବା ଶୁଣିଥିବେ। ଖେଳ ସମୟରେ ପିଚ୍ ମଧ୍ୟକୁ କିଏ ଦୌଡି ଆସିବା, କୁକୁର ପଶିଯିବା, ସାପ ପଶିଯିବା, ବୋତଲ ଫୋପାଡିବା ଖବର ଆପଣ ଜାଣିଥିବେ। କିନ୍ତୁ କେବେ ଖେଳ ଚାଲିଥିବା ବେଳେ ପଡିଆକୁ କିଏ କାର ଧରି ପଶିଆସିବା ଖବର ହୁଏତ ଆପଣ ଶୁଣିନଥିବେ କିମ୍ବା ଦେଖିନଥିବେ। ଏମିତି ଘଟଣା ରଣଜୀ ଟ୍ରଫି ଖେଳ ସମୟରେ ଘଟିଥିଲା।
ଖବର ମୁତାବକ, ୨୦୧୭ରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶ ମଧ୍ୟରେ ଚାଲିଥିବା ରଣଜୀ ମ୍ୟାଚ ସମୟରେ ପଡିଆ ଭିତରକୁ ଜଣେ ବ୍ୟକ୍ତି କାର ଚଲାଇ ଆସି ପିଚ୍ ମଝିରେ ରଖିଦେଇଥିଲେ। ଦିଲ୍ଲୀର ଏୟାର ଫୋର୍ସ ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ରଣଜୀ ମ୍ୟାଚରେ ଜଣେ ବ୍ୟକ୍ତି କାର ନେଇ ପଡିଆ ମଧ୍ୟକୁ ଚାଲିଆସିଥିଲେ। ବ୍ୟକ୍ତି ଜଣକ ପିଚ୍କୁ କାର ନେଇ ଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ସେଦିନ ୨୦ ମିନିଟ୍ ଖେଳରେ ବାଧା ହେବା ଯୋଗୁଁ ଖେଳକୁ ତା’ ପରଦିନ ପାଇଁ ରଖାଯାଇଥିଲା।
Drive in theater just progressed to #DriveIn match. Shocking scene in between #RanjiTrophy match today witnessed with @GautamGambhir
I:NDTV pic.twitter.com/fNq44TlZBZ— Ishant Sharma (@ImIshant) November 3, 2017
ସେ ସମୟରେ ଗୌତମ ଗମ୍ଭୀର, ଈଶାନ୍ତ ଶର୍ମା ଏବଂ ସୁରେଶ ରାଇନା ଏହି ଗେମ୍ ଖେଳୁଥିଳେ। ଇଶାନ୍ତ ଶର୍ମା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରି ଖେଳାଳିଙ୍କ ସୁରକ୍ଷା ବିଷୟରେ ଚିନ୍ତିତ ହୋଇପଡିଥିଲେ। ସେହି ମ୍ୟାଚରେ ରାଇନା ଉତ୍ତରପ୍ରଦେଶ ଟିମ୍ର କ୍ୟାପଟେନ ରହିଥିଲେ।
Very disturbing to see our Ranji Trophy game being interrupted in this fashion today! Thankfully all players are safe 🤞🏻 pic.twitter.com/OuErA8O6aI
— Suresh Raina🇮🇳 (@ImRaina) November 3, 2017
କେବଳ ଈଶାନ୍ତ ଶର୍ମା ନୁହେଁ ରାଇନା ମଧ୍ୟ ଏହି ଖବର ଟୁଇଟ କରି ଖେଳାଳିଙ୍କ ପାଇଁ ଚିନ୍ତା କରିଥିଲେ। ଏହି ଟ୍ଵିଟ୍ ଭାଇରଲ ହେବା ପରେ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଥିଲା।