Below header

ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ, କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା?

ଭୁବନେଶ୍ବର(କେନ୍ଯୁଜ୍): କୋହଳ ହେବ କି ନିର୍ବାଚନ ପ୍ରଚାର କଟକଣା । ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ । ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ । ପଞ୍ଚାୟତ ର୍ନିବାଚନ ପରିଚାଳନା ନେଇ ବୈଠକରେ ଆଲୋଚନା ହେବ । ରାଜ୍ୟରେ ଦେଢ଼ ହଜାର ତଳେ ରହିଛି ଦୈନିକ ସଂକ୍ରମଣ ସଂଖ୍ୟା । ଅଷ୍ଟମରୁ ଉପର ପିଲାଙ୍କ ପାଇଁ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇଛି ।

ଏଭଳି ସମୟରେ କରୋନା କଟକଣାରେ ନିର୍ବାଚନ ପ୍ରଚାର ହେଉଛି । ୫ଜଣଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରୁଛନ୍ତି । ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ କଟକଣା କୋହଳ ହୋଇଥିବାରୁ ଏହି ସମ୍ଭାବନା ଅଧିକ ରହିଛି । ବଡ଼ ରାଲି, ରୋଡ ଶୋ’ ଉପରେ କଟକଣା ରହିପାରେ । ହେଲେ ଛୋଟ ଛୋଟ ଶୋଭାଯାତ୍ରା, ସଭା ସମିତିକୁ ଅନୁମତି ଦେଇପାରନ୍ତି ରାଜ୍ୟ ନିର୍ବାଚନ କମିଶନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.